ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଦୋଳସାହି ପଂଚାୟତ ଅଧୀନ ହଳଧରବିନ୍ଧା ଗ୍ରାମର ଆଦର୍ଶ ଶିକ୍ଷକ ଉଦୟକର ନାୟକଙ୍କ ସ୍ମୃତିସଂସଦ ପକ୍ଷରୁ ଆଦର୍ଶ ଶିକ୍ଷକ ସ୍ୱର୍ଗତ ଉଦୟକର ନାୟକଙ୍କ ୯ମ ଶ୍ରାଦ୍ଧ ବାର୍ଷିକ ଏବଂ ତାଙ୍କ ପତ୍ନୀ ସ୍ୱର୍ଗତ ପଦ୍ମାବତୀଙ୍କ ୨ୟ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଶୁକ୍ରବାର ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କଥାକାର ପବିତ୍ର ପାଣିଗ୍ରାହୀ ପୌରୋହିତ୍ୟରେ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ପୂଜ୍ୟପୂଜା ଆମମାନଙ୍କର ପରମ କର୍ତବ୍ୟ ହେବା ଆବଶ୍ୟକ ବୋଲି କହିଥିଲେ।ମୁଖ୍ୟବକ୍ତା ଭାବେ ଜିଲାପାଳ ଦିଲୀପ ରାଉତରାୟ ଯୋଗଦେଇ ଆଦର୍ଶ ଶିକ୍ଷକ ସ୍ୱର୍ଗତ ନାୟକଙ୍କ ଜୀବନବ୍ୟାପୀ ତ୍ୟାଗ ଅନେକ ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିପାରିଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ବରେଣ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ, ଡ. ଶଶଧର ଦାସ, ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ନାୟକ ବହୁ ଛାତ୍ର ଛାତ୍ରୀଙ୍କ ପଥ ପ୍ରଦର୍ଶକଥିଲେ ବୋଲିକହିବା ସହ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଆଦର୍ଶ ଶିକ୍ଷକ ନରେନ୍ଦ୍ର ନାଥ ଦାସ, ଭାଗବତ ପାଠିକା ତିଳୋତମା କୁଅଁର ଓ ସଞ୍ଜୁଲତା ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମେଧାବୀ ଛାତ୍ରୀ ପ୍ରିୟଙ୍କା ଦାସ, ଛାତ୍ର ଗଣେଶ ଟୁଡୁ ଓ ପର୍ଶୁରାମ ନାୟକଙ୍କୁ ସ୍ମୃତି ସଂସଦ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଅଂଶୁମାନ ସ୍ୱାଇଁ ମାନପତ୍ର ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ସୀତାକାନ୍ତ ନାୟକ,ବରିଷ୍ଠ କବି ହୃଦାନନ୍ଦ ପାଣିଗ୍ରାହୀ, ଦୀନବନ୍ଧୁ ପତି, ତ୍ୟାଗଭୂମି ସମ୍ମେଳନ ସଭାପତି ଅଜୟ ନାୟକ, ଧାମନଗର ପ୍ରଭାରୀ ବୁଦ୍ଧଦେବ ଜେନା,ଓଡ଼ିଶା ସାହିତ୍ୟ ଏକାଡେମୀ ପୂର୍ବତନ ସଦସ୍ୟ ପୂର୍ଣଚନ୍ଦ୍ର ବହଳୀ, ଡା, ବିକାଶ ନନ୍ଦ,ଶ୍ରୀହର୍ଷ ସ୍ୱାଇଁ, ରଘୁନାଥ ପାତ୍ର, ପ୍ରଦୋଷ ସ୍ୱାଇଁ, ସୁଧାଂଶୁ ପାଣିଗ୍ରାହୀ, ସରୋଜ ନାୟକ, ବିଭୂତି ଭୂଷଣ ସେନାପତି, ଭରତ ଚନ୍ଦ୍ର ବିଶ୍ୱାଳ, ପ୍ରମୋଦ ଦାସ, ରଘୁନାଥ ମଳିକ, ଭରତ ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଅଜିତ କୁଅଁର ଧନ୍ୟବାଦ ଦେଇଥିଲେ କ୍ଷ ରାଷ୍ଟ୍ରପତିଙ୍କ ପ୍ରେସ ସଚିବ ବିଜୟ ନାୟକ, କବି ଅଭୟ ନାୟକ,ଶିକ୍ଷକ ଅଜୟ କୁମାର ନାୟକ,ଦୀପ୍ତିକାନ୍ତ ଭଞ୍ଜ,ଅଶୋକ ନାୟକ,ଅକ୍ଷୟ କୁମାର ନାୟକ,ଦିବାକର କୁଅଁର,ଦୀପକ ସ୍ୱାଇଁ ପ୍ରମୁଖଙ୍କ ସମେତ ପରିବାର ସଦସ୍ୟ ଓ ଅଂଚଳବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।