ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବିଜ୍ଞାପିତ ଅଂଚଳ ଅନ୍ତର୍ଗତ ଜୟନଗର ସ୍ଥିତ ଅନନ୍ତକେଶୋରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ସୁରେନ୍ଦ୍ର କୁମାର ମିଶ୍ରଙ୍କ ଅବସର କାଳୀନ ସମ୍ମାନଜନକ ସମ୍ବର୍ଦ୍ଧନା ସଭା ଉତ୍ସାହ ଓ ଗୌରବମୟ ପରିବେଶରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ସିଂ ସଭାପତିତ୍ୱ କରିଥିଲେ। ମଣ୍ଡଳ ଶିକ୍ଷାଧିକାରୀ ଡ. ପ୍ରଫୁଲ୍ଲ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକଙ୍କ ଦୀର୍ଘ ସେବା ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅମୂଲ୍ୟ ଅବଦାନକୁ ସ୍ମରଣ କରିଥିଲେ। ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି କୈଳାସ ମହାପାତ୍ର ,ସାଂସଦ ପ୍ରତିନିଧି ସରୋଜ ମହାପାତ୍ର, ଶିକ୍ଷକ ନେତା ବିକ୍ରମ ଦାସ , ଆଶୋକ ରାଉତ, ସହ ଶିକ୍ଷାଧିକାରୀ ସତ୍ୟ ସୁନ୍ଦର ପରିଡା ଓ ହେମେନ୍ଦ୍ର ମହାନ୍ତି, ପୂର୍ବତନ ବିଇଓ ଶ୍ରୀଚରଣ ମଲ୍ଲିକ ଓ ଶାନ୍ତିଲତା ରାଉତ, ଶିକ୍ଷକ ନେତା ସୁରେନ୍ଦ୍ର ସେଠୀ, ରୂପକ ମିଶ୍ର, ଶିକ୍ଷକ ଗୟାଧର ଦାସ, ଦୋଳଗୋବିନ୍ଦ ମଲ୍ଲିକ ଓ ସମାଜସେବୀ ପ୍ରଶାନ୍ତ ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଶିକ୍ଷକ ମନ୍ମଥ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଧର୍ମେନ୍ଦ୍ର ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ।ଉକ୍ତ ସଭାର ମଂଚ ଆମନ୍ତ୍ରଣ ସରୋଜ ପଣ୍ଡା କରିଥିଲେ। ପ୍ରାରମ୍ଭରେ ବିଦାୟ ନେଉଥିବା ଶିକ୍ଷକ ମିଶ୍ର ଙ୍କୁ ବାଜା ଶଙ୍ଖ ହୁଳହୁଳି ରେ ନିଆରା ଢ଼ଙ୍ଗ ଗ୍ରାମ ପରିକ୍ରମା ସହ ମହିଳା ମାନଙ୍କ ଦ୍ୱାରା ବନ୍ଦାପନା କରାଯାଇ ବିଦ୍ୟାଳୟ ପରିସର କୁ ସମ୍ବର୍ଦ୍ଧନା ସଭା କୁ ନିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ସ୍ଥାନୀୟ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ପ୍ରାରମ୍ଭ ରେ ଛାତ୍ରୀ ଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା।