Odiapua.com

ଆଦର୍ଶ ମହିୟସୀ ମହିଳାଙ୍କ ଦେହାନ୍ତ, ବିଭିନ୍ନ ମହଲରେ ଶୋକ

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଜଣେ ସମାଜସେବୀ, ଆଦର୍ଶ ମହିଳା ଭାବେ ପରିଚିତ ବିଷ୍ଣୁପ୍ରିୟା ବୋଇତିଙ୍କର ଗତକାଲି ରାତି ପ୍ରାୟ ୩.୧୫ ସମୟରେ ଭୁବନେଶ୍ୱରସ୍ଥିତ କିମସ୍ ହସ୍‌ପିଟାଲରେ ଦେହାନ୍ତ ହୋଇଛି । ସେ ଦୀର୍ଘଦିନ ହେବ କିଡ୍‌ନୀ ରୋଗରେ ଚିକିତ୍ସିତ ହେଉଥିଲେ । ଏଠାରେ ସୂଚନାଯୋଗ୍ୟ ସ୍ୱର୍ଗତଃ ବୋଇତି ଭଦ୍ରକର ବିଶିଷ୍ଟ କଂଗ୍ରେସ ନେତା ତଥା ‘ସମୟ’ କାଗଜର ଭଦ୍ରକ ଜିଲା ପ୍ରତିନିଧି ସ୍ୱର୍ଗତଃ ଦିଲ୍ଲୀପ ବୋଇତିଙ୍କର ଧର୍ମପତ୍ନୀ ଏବଂ ସମୟର ବର୍ତ୍ତମାନର ଜିଲା ପ୍ରତିନିଧି ପ୍ରିୟଦର୍ଶନ ବୋଇତିଙ୍କର ମା’ ଅଟନ୍ତି । ଆଜି ତାଙ୍କର ମର ଶରୀର ଭଦ୍ରକ ସହରର ବନ୍ତଛକସ୍ଥିତ ବାସଭବନରେ ପହଞ୍ôଚବା ପରେ ବହୁ ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ ଓ ଶୁଭେଚ୍ଛୁ ପହଞ୍ôଚ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଆଜି ତାଙ୍କର ଅନ୍ତିମ ସଂସ୍କାର ନିଜ ଗ୍ରାମ ଧାମନଗର କୋଠାରରେ ହେବ ବୋଲି ଜଣାପଡିଛି ।