Odiapua.com

ଆଦର୍ଶ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ବାଲିଗୁଡ଼ା, ୮/୭ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଦଣ୍ଡପଦର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ବାଲିଗୁଡ଼ା ଏନ୍ .ଏ.ସି ଉପାଧ୍ୟକ୍ଷ ଲୋକନାଥ ପାଢ଼ୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ କିଶୋର କୁମାର ପାଳ, ବ୍ରଜ କିଶୋର ସାହୁ, ଅବନୀ ନାୟକ, କୁମର ଦଣ୍ଡିଆ, କେ. ସନ୍ତୋଷୀ ଆଚାରୀ, ଇନ୍ଦିରା ମଳିକ, ଫରେଷ୍ଟର ଶିବାଜୀ ବେହେରା, ଫରେଷ୍ଟ ଗାର୍ଡ଼ ଲୋକନାଥ ପ୍ରଧାନ ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ଚତୁଃପାର୍ଶ ବିଭିନ୍ନ ରକମର ଗଛ ଲଗାଇ ଥିଲେ। ପରେ ପରେ ଏକ ବର୍ଣ୍ଣାଢ୍ୟ ସଭାରେ ବନ ମହୋତ୍ସବର ଉଦ୍ଦେଶ୍ୟ, ବୃକ୍ଷର ଆବଶ୍ୟକତା, ଜଙ୍ଗଲ ସୁରକ୍ଷା, ଜଳବାୟୁର ପରିବର୍ତ୍ତନ, ଗଛଟିକୁ ପିଲାଟିଏ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତତ୍ରୀ, କର୍ମଚାରୀ, ଛାତ୍ରୀଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ରହି ଗଛ ଲଗାଇବା ସହ ପରିଚାଳନାମରେ ସହଯୋଗ କରିଥିଲେ।