Odiapua.com

ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

ଭଦ୍ରକ, ୧୭ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ନାରୀଟିଏ ସଶକ୍ତ ହେଲେ ଭ୍ରଷ୍ଟାଚାର ବିଲୁପ୍ତ ହୁଏ ଏବଂ ରାଷ୍ଟ୍ରର ବିକାଶ ହୋଇ ଥାଏ । ଶକ୍ତିଶ୍ରୀ ଏମ୍ପାୱାରମେଂଟ ସେଲ ଜରିଆରେ ଭଦ୍ରକ ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନଙ୍କୁ ନେଇ ଚାଲିଥିବା ସପ୍ତାହବ୍ୟାପୀ ଆତ୍ମ ସୁରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ ହେ।ଇଯାଇଛି। ଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପିକା ଜ୍ୟୋତ୍ସ୍ନାରାଣୀ ଲେଙ୍କାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଉଦଯାପନୀ ସଭାରେ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡ ଅଭୟ କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନାରୀ ସଶକ୍ତିକରଣର ନିମନ୍ତେ ନାରୀର ମହନୀୟ ଗୁଣାବଳୀର ବିକାଶ ଆବଶ୍ୟକ ଏବଂ ନାରୀଟିଏ ସର୍ବଦା ନିଜ ଅନ୍ତରର ଶକ୍ତିକେନ୍ଦ୍ରକୁ ଜାଗ୍ରତ ରଖି ପାରିଲେ ସମାଜରୁ ବ୍ୟଭିଚାର ଦୂର ହୋଇ ପାରିବ ବୋଲି ଅଭିବ୍ୟକ୍ତି ରଖିଥିଲେ । ଅନ୍ୟତମ ଶକ୍ତିଶ୍ରୀ ସାଥୀ ଅଧ୍ୟାପିକା ପ୍ରିୟଦର୍ଶିନୀ ସାହୁ ସେଲଫ ଡିଫେନ୍ସର ଆଭିମୁଖ୍ୟ ଉପସ୍ଥାପନ ସହିତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟତମ ସଂଯୋଜିକା ଅଧ୍ୟାପିକା ଡ ବସୁମତୀ ପଣ୍ଡା ସଶକ୍ତ ହେବା ଦିଗରେ ଛାତ୍ରୀ ମାନେ ପ୍ରଦର୍ଶନ କରିଥିବା ନିଷ୍ଠା ଓ ଏକାଗ୍ରତା କୁ ଭୂୟଶୀ ପ୍ରଶଂସା କରିଥିଲେ । ପ୍ରଶିକ୍ଷିକା ମନୋରମା ପିଲାମାନେ ଶିଖିଥିବା ବିଭିନ୍ନ ଡିଫେନ୍ସ ମୁଦ୍ରାର ଡେମୋ ପରିଚାଳନା କରିଥିଲେ । ଅଧ୍ୟାପିକା ସୀତାମଣୀ ମହାନ୍ତି ଧନ୍ୟବାଦ ଅର୍ପଣ କରିବା ସହିତ ମଂଚ ପରିଚାଳନା କରିଥିଲେ ।