ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୟୁକୋ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ସଂସ୍ଥା, ଭଦ୍ରକ ଶାଖା ଆନୁକୁଲ୍ୟରେ ଭଦ୍ରକ ସ୍ୱତନ୍ତ୍ର ଉପକାରାଗାରରେ ୬ ଦିନିଆରେ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ୩ଜଣ ମହିଳା ବନ୍ଦୀ ସହିତ ୧୩ଜଣ ଅନ୍ତେବାସୀ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମ ଡିସେମ୍ବର ୨୧ ତାରିଖରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପ୍ରଶିକ୍ଷଣ ଶିବିରରେ ଫିନାଇଲ ପ୍ରସ୍ତୁତି, ମହମବତୀ ତିଆରି, ଲଫାଫା ତିିଆରି, ଧୂପକାଠି ପ୍ରସ୍ତୁତି ସମ୍ପର୍କରେ ଅନ୍ତେବାସୀଙ୍କୁ ତାଲିମ ଦିଆ ଯାଉଛି । ଏହି ଶିବିର ଉଦ୍ଘାଟନ ସମୟରେ ୟୁକୋ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ସଂସ୍ଥାର ନିର୍ଦ୍ଦେଶିକା ପ୍ରଭାତି ମଞ୍ଜରୀ ସାହୁ ଏବଂ ସହଯୋଗୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଜେଲ ଅଧୀକ୍ଷକ କୁଅଁର ମାରାଣ୍ଡି ଉଦ୍ଘାଟନ କରିଥିଲେ । କାରାପାଳ ଦିଲେଶ୍ୱର ଜେନା କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି । କାର୍ଯ୍ୟକ୍ରମରେ ଆଜୀବନ କଏଦୀ ସେମାନାଥ ସ୍ୱାଇଁ, ସଞ୍ଜୟ ମଳିକ, ସୁମନ୍ତ ଦାସ, ବାଇଧର ମହାଳିକ, ସୁବା ସୁରୀ, ପିତାମ୍ବର ଗିରି, ପ୍ରଦୀପ ମଳିକ, ଲୁସୁରୀ ମୁଣ୍ଡା, ସାହିନ ବିବି ତାଲିମ ଗ୍ରହଣ କରୁଛନ୍ତି । ଏହି କାର୍ଯ୍ୟକ୍ରମର ସହ ପରିଚାଳନା ପାଇଁ ସହକାରାପାଳ ସନାତନ ନାଏକ, ମୁଖ୍ୟ କରାରକ୍ଷୀ ସୁନାରାମ ମହାନ୍ତି ଓ ପ୍ରଦିପ କୁମାର ରାମ, ମହିଳା କାରାରକ୍ଷୀ ମମତା ଦେହୁରୀ, କାରାରକ୍ଷୀ ଶ୍ୟାମସୁନ୍ଦର ହାଁସଦା ସହଯୋଗ କରିଥିଲେ ।