Odiapua.com

ଆତ୍ମହତ୍ୟା କଲେ ଭଦ୍ରକର ଯୁବ ଆଇନଜୀବୀ ସୁଶ୍ରୀ ମୋନାଲିସା ମହାପାତ୍ର

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଯୁବ ଆଇନଜୀବି, ଓକିଲ ସଂଘର ସଦସ୍ୟ ସୁଶ୍ରୀ ମୋନାଲିସା ମହାପାତ୍ର ଆତ୍ମହତ୍ୟା କରିଛନ୍ତି। ତେବେ ସେ ନିଜ ପୈତୃକ ଗ୍ରାମ ବାସୁଦେବପୁର, (ପଦ୍ମପୁର) ରୁକୁଣାଦେଇ ପୁର ଗ୍ରାମରେ ନିଜ ଶୋଇବା ଘରେ ନିଜ ଆପ୍ରନରେ ସାହାଯ୍ୟରେ ଆତ୍ମହତ୍ୟା କରିଛନ୍ତି। ସେବାନିବୃତ ସୈନିକ ଶରତ କୁମାର ମହାପାତ୍ରଙ୍କ ସେ ଏକମାତ୍ର କନ୍ୟା ଥିଲେ। ସେ ଭଦ୍ରକ ବନ୍ତ ଛକରେ ଏକ ଭଡା ଘରେ ରହି ଦୁଇ ବର୍ଷ ହେବ ଓକିଲାତି ପେସାରେ ନିଜକୁ ନିୟୋଜିତ କରିଥିଲେ। ଭଦ୍ରକର ବରିଷ୍ଟ ଓକିଲ ଗଦାଧର ବଳଙ୍କର ସେ କନିଷ୍ଠ ସହଯୋଗୀ ଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ବାସୁଦେବପୁର ବିଧାୟକ ଅଶୋକ ଦାସ, ଆଇନଜୀବୀ ଗଦାଧର ବଳ, ଆଇନଜୀବୀ ଜୟନ୍ତ କୁମାର ଭୋଇ, ହିତେଶ କୁମାର ଗୌରଭ , ବିକାଶ ବଳ ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ପୈତୃକ ବାସଭବନରେ ପହଂଚି ଶେଷ ଦର୍ଶନ କରିଥିଲେ। ୧୯୯୯ ମସିହାରେ ଜନ୍ମିତ ସୁଶ୍ରୀ ମୋନାଲିସା ଅବିବାହିତ ଥିଲେ। ତାଙ୍କ ମୃତ୍ୟ ଖବର ପାଇ ଭଦ୍ରକ ଓକିଲ ସଂଘର ସଭାପତି ଅରୁଣ କୁମାର ଚାନ୍ଦ, ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ମହାନ୍ତି ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।