Odiapua.com

ଆତ୍ମହତ୍ୟା ଉଦ୍ୟମ ନଷ୍ଟ କରିଦେଲା ଚେହେରା:କରାଗଲା ଦୀର୍ଘତମ ଫେସ ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ

ଭୁବନେଶ୍ୱର;୧୮,ଅକ୍ଟୋବର:ଆମେରିକାରେ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ।ସେ ବଞ୍ଚି ଯାଇଥିଲେ, କିନ୍ତୁ ତାଙ୍କ ଚେହେରା ସଂପୂର୍ଣ୍ଣ ବିଗିଡ଼ି ଯାଇଥିଲା।ପରେ ତାଙ୍କର ଚେହେରା(ମୁହଁ)ରେ ବିରଳ ଅସ୍ତ୍ରୋପଚାର (ଫେସ ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ) କରାଯାଇଥିଲା।ଏହାପରେ ତାଙ୍କୁ ମିଳିଥିଲା ଏକ ନୂଆ ଚେହେରା।

ଆମେରିକାର ୨୧ ବର୍ଷୀୟା କେଟ ଷ୍ଟୁବେଲଫିଲ୍ଡ ୨୦୧୭ ମସିହାରେ ଆତ୍ମହତ୍ୟା ଉଦ୍ୟମ କରିବା ପରେ ସେ ସିନା ବଞ୍ଚି ଯାଇଥିଲେ,କିନ୍ତୁ ତାଙ୍କର ଚେହେରା ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା।ତାଙ୍କ ପରିବାର ପକ୍ଷରୁ ତାଙ୍କୁ ଖୁବ୍ ସହାୟତା ମିଳିଥିଲା।ଏହା ପରେ ତାଙ୍କର ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା।ପୂର୍ବରୁ ତାଙ୍କର ୧୭ ଥର ଅସ୍ତ୍ରୋପଚାର ହୋଇ ସାରିବା ପରେ ଏବେ ୩୧ ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇଥିଲା।ଏହାକୁ ଫେସ ଟ୍ରାନ୍ସପ୍ଲାଣ୍ଟ କୁହାଯାଏ।ଏବଂ ଏହି ଫେସ ଟ୍ରାନ୍ସପ୍ଲାଣ୍ଟ ଏପର୍ଯ୍ୟନ୍ତ ସବୁଠାରୁ ଦୀର୍ଘ ସମୟ ସର୍ଜରି ବୋଲି କୁହାଯାଉଛି।ଏହାପରେ କେଟଙ୍କ ଚେହେରାରେ ବଡ଼ ପରିବର୍ତ୍ତନ ଆସିଛି।କିନ୍ତୁ କେଟଙ୍କୁ ସାରା ଜୀବନ ଔଷଧ ଖାଇ ବଞ୍ଚିବାକୁ ପଡ଼ିବ।/ଦେବଦତ୍ତ

ଦେଖନ୍ତୁ ଭିଡିଓ –