Odiapua.com

ଆତଙ୍କ ଖେଳାଇ ଥିବା ଭାଲୁ ଉଦ୍ଧାର

ମାଲକାନଗିରି,୧୧/୦୯,(ଓଡ଼ିଆ ପୁଅ ପି ନାଏକ): ମାଲକାନଗିରି ଜିଲ୍ଲା ବାଲିମେଳାଠାରେ ବନ ବିଭାଗ ଦ୍ବାରା ଗୋଟିଏ ଭାଲୁକୁ ଉଦ୍ଧାର କରାଯାଇଛି । ଭାଲୁଟି ଗତ କିଛି ଦିନ ହେବ ବାଲିମେଳା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିଲା । ସ୍ଥାନୀୟ ଲୋକେ ଭୟରେ ରହୁଥିବା ବେଳେ ବନ ବିଭାଗର କର୍ମଚାରୀମାନେ ଭାଲୁକୁ ଧରିବା ପାଇଁ ଯନ୍ତା ବସାଇବା ସହ ପ୍ରୟାସ ଜାରି ରଖିଥିଲେ । ଗତକାଲି ରାତି ପ୍ରାୟ ୨ଟା ସମୟରେ ଭାଲୁଟିକୁ ଯନ୍ତା ଦ୍ବାରା ଧରିବାରେ ବନ ବିଭାଗ ସଫଳ ହୋଇଛି ।