Odiapua.com

ଆଡ଼ପ ମଣ୍ଡପରେ ମହାପ୍ରଭୁ, ଆଡ଼ପ ଅବଢ଼ା ପାଇବାକୁ ପୁରୀକୁ ହଜାର ହଜାର ଲୋକଙ୍କ ସୁଅ

ପୁରୀ ୩-୭ (ଓଡ଼ିଆ ପୁଅ) ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ। ଆଜି ସକାଳୁ ଆଡ଼ପ ମଣ୍ଡପ ଦର୍ଶନ ପାଉଛନ୍ତି ଭକ୍ତ। ଗତ ଦୁଇ ବର୍ଷ ହେବ କୋଭିଡ କଟକଣା ହେତୁ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ହେଲେ ଚଳିତ ବର୍ଷ କୋଭିଡ ପ୍ରକୋପ କମ ଯୋଗୁଁ ସାଧାରଣ ଦର୍ଶନ ନେଇ କୌଣସି କଟକଣା ନାହିଁ। ତେବେ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ କରୀ ଭକ୍ତ ବିଭୋର ହୋଇଛନ୍ତି। ସେହିପରି ଆଜି ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ଭକ୍ତଙ୍କ ପାଇଁ ଉପଲବ୍ଧ ହେବ। ଏହି ଆଡ଼ପ ଅବଢ଼ା ପାଇବାକୁ ପୁରୀକୁ ହଜାର ହଜାର ଲୋକଙ୍କ ସୁଅ। ଗୁଣ୍ଡିଚା ମନ୍ଦିରରୁ ଏକ କିଲୋମିଟର ଭକ୍ତଙ୍କ ଲମ୍ବା ଲାଇନ ଲାଗିଛି। ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପୋଲିସ୍ ମୂତୟନ କରାଯାଇଛି।