Odiapua.com

ଆଞ୍ଚଳିକ ସାଧନକେନ୍ଦ୍ର ପକ୍ଷରୁ ବିଇଓ ଏବଂ ୩ ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ସୟା ପଞ୍ଚାୟତ ଅଧୀନ ମାଟିଆସାହି ଓ ସୟା ଆଞ୍ଚଳିକ ସାଧନକେନ୍ଦ୍ରର ମିଳିତ ସହଯୋଗରେ ବିଇଓ ଏବଂ ୩ଜଣ ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଭାଗବତ ପ୍ରସାଦ ସହଯୋଗ ହାଇସ୍କୁଲ ପରିସରରେ ସ୍କୁଲର ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ନାୟକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅବସରପ୍ରାପ୍ତ ବିଇଓ ମଧୁସୂଦନ ସେଣ୍ଢ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋରଂଜନ ନାୟକ, ଅକ୍ଷୟ କୁମାର ବାରିକ ଓ ଭରତ ଚନ୍ଦ୍ର ବିଶ୍ୱାଳଙ୍କୁ ଉପଢ଼ୌକନ, ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ଅତିଥି ଭାବେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମାୟାଧର ସାହୁ, ସମ୍ପାଦକ ରମାକାନ୍ତ ଦାସ, ସଂଗଠନ ସମ୍ପାଦକ ତଥା ସିଆରସିସି ଶ୍ରୀନାଥ ମଳିକ, ପ୍ରଧାନ ଶିକ୍ଷକ ବ୍ରହ୍ମାନନ୍ଦ ପୁହାଣ, ଅଜୟ ମିଶ୍ର, ଜଗବନ୍ଧୁ ବାରିକ, ବନମାଳି ମହାନ୍ତି, ଅଜୟ ସାହୁ, ସରୋଜ ଓଝା, ଶୁଭେନ୍ଦୁ ମାଝୀ, ଦିବାକର ନାୟକ, ସୁଧୀର ସାମଲ, ଅଲେଖ ବେହେରା, ସତ୍ୟନାରାୟଣ ବାରିକ, ଚନ୍ଦନ ପାତ୍ର, ପ୍ରଦୀପ ନାୟକ, ରାଜେନ୍ଦ୍ର ବାରିକ, ତ୍ରିନାଥ ସେଠୀ, ଶ୍ରୀଧର ମହାନ୍ତି, ସସ୍ମିତା ମଞ୍ଜରୀ ନାୟକ, ରେବତୀ ପଲାଇ, ଦେବବ୍ରତ ଶତପଥି, ନାରାୟଣ ଚନ୍ଦ୍ର ଦାସ, ଜୟନ୍ତୀ ପାତ୍ର, ରମାମଣି ବେହେରା ଯୋଗ ଦେଇଥିଲେ । ପ୍ରାରମ୍ଭରେ ସ୍ୱାଗତ ସଂଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା । ସିଆରସିସି ମନ୍ମଥ ନାଥ ଦାସ ସଭା ପରିଚାଳନା କରିଥିଲେ । ଶେଷରେ ଅଲେଖ ବେହେରା ଧନ୍ୟବାଦ ଦେଇଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ ।