Odiapua.com

ଆଞ୍ଚଳିକ ସାଧନକେନ୍ଦ୍ର ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ

ଭଦ୍ରକ, ୩୧-୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଇନ୍ଦ୍ରଗୋବିନ୍ଦ ଆଞ୍ଚଳିକ ସାଧନକେନ୍ଦ୍ର୍ର ସଂଯୋଜକ ଓ ଶିକ୍ଷକ ଶିକ୍ଷୟିତ୍ରୀ ପକ୍ଷରୁ କଲ୍ୟାଣୀନଗରୀ ସ୍ଥିତ ଦୁର୍ଗାଦେବୀ ଆଂଚଳିକ ସାଧନକେନ୍ଦ୍ର ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ସିଆରସିସି ପ୍ରଶାନ୍ତ କୁମାର ବେହେରା ସଭାପତିତ୍ୱ କରିଥିବାବେଳେ ପ୍ରଧାନ ଶିକ୍ଷକ ସତ୍ୟସୁନ୍ଦର ପରିଡ଼ା କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ। ଏଥିରେ ବ୍ଲକ ଶିକ୍ଷାଧିକାରୀ ପିତାମ୍ବର ବାରିକ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଜେନା, ଶିକ୍ଷକ ସନ୍ତୋଷ କୁମାର ଲେଙ୍କା, ସମାଜସେବୀ ଲିଙ୍ଗରାଜ ସାହୁ, ଉଜ୍ୱଳ ଦଳାଇ, ଅଶୋକ ନାୟକ, ଭାବଗ୍ରାହୀ ଖୁଣ୍ଟିଆ, ତପନ ଦ୍ୱିବେଦୀ, ରଂଜନ ପରିଡ଼ା, ରୁପକ ମିଶ୍ର, ପୁରୁଷତ୍ତେମ କର, ସଂଜୟ ବିନ୍ଧାଣି, ସେକ୍ ସାମସୁଦ୍ଦିନ୍‌, ଶଶିକାନ୍ତ ସେଠୀ, ନିରାକାର ମହାନ୍ତି, ପ୍ରଦୀପ ଦାସ, ପୁର୍ଣ୍ଣଚନ୍ଦ୍ର ପରିଡ଼ା, ମନୋରଂଜନ ସେଠୀଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଶିକ୍ଷକନେତା ହେମେନ୍ଦ୍ରନାଥ ମହାନ୍ତି ଅତିଥିପରିଚୟ ପ୍ରଦାନ କରିଥିଲେ। ଚିତ୍ତରଂଜନ ସେଠୀ, ନିରୋଦ କୁମାର ଜେନା, ମାୟାଧର ସେଠୀ, ନିରୋଦ ଜେନା, ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ଜେନା, ସୁମିତ୍ରା ମିସ୍ତ୍ରୀ, ତିଳୋତ୍ତମା ବାରି. ମଧଉସ୍ମିତା ରାଉତ, ପ୍ରବିଣା ପରମାଣିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମାନଙ୍କ ପକ୍ଷରୁ ସ୍ୱାଗତ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା।