Odiapua.com

ଆଞ୍ଚଳିକ ପରିବହନ ବିଭାଗ କେନ୍ଦୁଝର ପକ୍ଷରୁ ସଡକ ସୁରକ୍ଷା ପକ୍ଷ ପାଳିତ

ହାଟଡିହି, ୧୯ /୧- (ଓଡିଆପୁଅ / ବିକାଶ ବିଶ୍ୱାଳ)ଛେନାପଦି ଛକ ଠାରେ କେନ୍ଦୁଝର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଓ ଗଣପତି ଟ୍ରେଡରର୍ସ ସହଯୋଗରେ ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱରର ଅଗ୍ରଣୀ ନାଟ୍ୟସଂସ୍ଥା ‘ଚେତନା’ ର କଳାକାର ମାନେ ମାନସପାଢ଼ୀଙ୍କ ନିର୍ଦ୍ଦେଶନାରେ ନିଖୁଣ ଅଭିନୟ କରି ପଥପ୍ରାନ୍ତ ନାଟକ ମାଧ୍ୟମରେ ସଡକ ସୁରକ୍ଷା ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ବିଶେଷକରି ମଦଖାଇ ଗାଡି ଚଳାଇଲେ କିପରି ଦୁର୍ଘଟଣାମାନ ଘଟୁଛି ଓ ତାହାଦ୍ୱାରା କିପରି ଧନଜୀବନ ହାନୀ ଘଟୁଛି ତାହା ଉପରେ ସଚେତନ କରାଇଥିଲେ । ଶହଶହ ବାଟୋଇ ଏହାକୁ ଉପଭୋଗ କରିବା ସହିତ ସଚେତନ ମଧ୍ୟ ହୋଇଥିଲେ । ଗଣପତି ଟ୍ରେଡର୍ସର ନିତ୍ୟାନନ୍ଦ ପହି, ନାରାୟଣ ପହି, ଶ୍ରୀଧର ଜେନା, ମନୋଜ ରଣା, ମନୋରଞ୍ଜନ ଓଝା, ତାପସ ମହାପାତ୍ର, ତୃପ୍ତୀମୟୀ ଜେନା, ଗୀତାଞ୍ଜଳୀ ସାହୁ, ମୁକ୍ତା ମଞ୍ଜରୀ ନାଥ, ବିଜୁ ଜେନା, ଚନ୍ଦନ କୁମାର ଜେନା, ନରେନ୍ଦ୍ର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।