Odiapua.com

ଆଞ୍ଚଳିକ ନାଗରୀକ ସୁରକ୍ଷା ମଞ୍ଚ ପକ୍ଷରୁ ବିକ୍ଷୋଭ

ତିର୍ତ୍ତୋଲ, ୧୫/୧୧ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ମା’ଶାରଳା ପୀଠରେ ନଭେମ୍ବର ୬ ତାରିଖ ସନ୍ଧ୍ୟାରେ ଏକ ଔଷଧ ଦୋକାନ ମାଲିକଙ୍କ ଉପରେ ଆକ୍ରମଣ ଓ ଦୋକାନରେ ଭଙ୍ଗାରୁଜା ଘଟଣା ଘଟିଥିଲା। ଘଟଣାରେ ସଂପୃକ୍ତ ଯୁବକ ମାନଙ୍କୁ ପୋଲିସ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବା କୁ ନେଇ ଆଜି ଆଞ୍ଚଳିକ ନାଗରୀକ ସୁରକ୍ଷା ମଞ୍ଚ ପକ୍ଷରୁ ବିକ୍ଷୋଭ ପଦର୍ଶନ କରାଯାଇଥିଲା। ଆଇନିଜୀବି ମହେସ ମହାନ୍ତିଙ୍କ ସଭାପତିତ୍ୱରେ ଏହି ପ୍ରତିବାଦ ବିକ୍ଷୋଭ ସଭାରେ ବଜାର କମିଟିର ସଭାପତି ସରତ ଚନ୍ଦ୍ର ସିଂହ, ଶାରଳା ମନ୍ଦିର ପୂର୍ବତନ ପରିଛା ସୁଦାମ ଚରଣ ପଣ୍ଡା, ସମିତି ସଭ୍ୟ ଅଜୟ କୁମାର ରାଉଳ, ବିପିନୀ ବିହାରୀ ପଣ୍ଡା, ବ୍ରଜ କିଶୋର ମଲ୍ଲିକ, ଯୁବ ନେତା ଅଶୋକ ମହାନ୍ତି, ରବିନ୍ଦ୍ର ଆଚାର୍ଯ୍ୟ, ଅରୁଣ ଜେନା, ସର୍ବେଶ୍ୱର ଭଟ୍ଟ, ତପନ ଦାସ, ଦୂର୍ଗଦତ୍ତ ମହାନ୍ତି, ମାନସ ମହାନ୍ତି, ପ୍ରକାଶ ସିଂହ, ମାନସ ଦାସ, ସେଖ୍ ଅବତାର, ରଜାକ୍ ରସୁଲ, ସେଖ୍ ସାୟଦ୍ ପ୍ରମୁଖ ସତାଧିକ ବିକ୍ଷୋଭକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୋଲିସ ଉପସ୍ଥିତିରେ ଶାରଳା ମନ୍ଦିର ଭଳି ମାଙ୍କର ସାଂସ୍କୃତିକ ପୀଠରେ ଅସାମାଜୀକ କାର୍ଯୟକଳାପକୁ ଦୃଢନିନ୍ଦା କରାଯାଇଥିଲା। ଆଗାମୀ ୭ ଦିନରେ ଆକ୍ରମଣ କାରୀଙ୍କୁ ଗିରଫ କରାନଗଲେ ମଞ୍ଚ ପକ୍ଷରୁ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।