Odiapua.com

ଆଜି ୮ଟାରୁ ପୌର ନିର୍ବାଚନ ଭୋଟ ଗଣତି : ୩ ମହାନଗର ନିଗମ ଓ ୧୦୫ ପୌରାଞ୍ଚଳରେ କିଏ ମାରିବ ବାଜି ତା’ ଉପରେ ସମସ୍ତଙ୍କର ନଜର

New Delhi / India - September 20, 2019: Ballot unit of the direct-recording electronic (DRE) voting machine used for Indian general elections, Election Commission of India

ଭୁବନେଶ୍ୱର ୨୬-୩ (ଓଡ଼ିଆ ପୁଅ) ଆଜି ଆସିବ ପୌର ନିର୍ବାଚନ ଫଳାଫଳ। ୩ ମହାନଗର ନିଗମ ଓ ୧୦୫ ପୌରାଞ୍ଚଳ ପାଇଁ ଆଜି ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି। କିନ୍ତୁ ଭଦ୍ରକ ଧାମନଗର NAC ଛାଡ଼ି ଅନ୍ୟ ୧୦୮ଟି ପୌର ସଂସ୍ଥାର ଫଳାଫଳ ବାହାରିବ।

ଏଥି ମଧ୍ୟରେ ରହିଛି ୩ଟି ମହାନଗର ନିଗମ। ଭୁବନେଶ୍ବର, କଟକ ଓ ବ୍ରହ୍ମପୁର। ୪୭ ମ୍ୟୁନିସିପାଲିଟି ଓ ୫୯ NAC

ରାଜ୍ୟ ନିର୍ବାଚନ କମିସନଙ୍କ ଅନୁଯାୟୀ, ପ୍ରଥମେ ପୋଷ୍ଟାଲ ବାଲାଟ ଏବଂ ତା’ପରେ EVM ଭୋଟ୍‌ ଗଣତି କରାଯିବ>

ପୋଷ୍ଟାଲ, EVM ଭୋଟ୍‌ ମିଶାଇ ଫଳାଫଳ ଘୋଷଣା କରାଯିବ। ଭୋଟ ଗଣତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।