Odiapua.com

ଆଜି ୧୭ ଜଣ କୋରନା ପଜେଟିଭ୍ ଚିହ୍ନଟ

ପୁରୀ ୩-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ପୁରୀ ପୌରାଚଂଳରେ ୧୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।୧୫ ନଂ ୱାର୍ଡ ରୁ ଜଣେ, ୨୨ ନଂ ରୁ ୧, ୨୬ ନଂ ରୁ ୨ ଓ ୩୧ ନଂ ୱାର୍ଡ ରୁ ୬ ଜଣ ଚିହ୍ନଟ ହୋଇଥିବା ବେଳେ କଣାସ ବ୍ଲକ୍ ରୁ ୧, ସତ୍ୟବାଦୀରୁ ୧, ଗୋପ ରୁ ୧, ବ୍ରହ୍ମଗିରୀ ରୁ ୨ ଓ ପୁରୀ ସଦର ରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ଆଜି ଶୁଦ୍ଧା ପୁରୀ ଜିଲ୍ଲାରେ ୮୮୫ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୬୫ ଜଣ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୪୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲ୍ଲାରେ ୭୭ ଟି କଂଣ୍ଟେନ୍ମେଣ୍ଟ ଜୋନ କାର୍ଯ୍ୟକାରୀ କରୁଛି। ଜିଲ୍ଲାରେ ସୁସ୍ଥ ରୋଗୀଙ୍କ ହାର ୪୬.୮୯% ଥିବା ଜଣାଯାଇଛି।