Odiapua.com

ଆଜି ସାରଥୀଙ୍କୁ ମିଳିପାରେ ଜାମିନ

ଭୁବନେଶ୍ୱର,୨୫/୭,(ଓଡିଆପୁଅ-ପଙ୍କଜିନୀ ନାୟକ) କେନ୍ଦ୍ରାପଡା ଏସଡିଜେଏମ କୋର୍ଟରୁ ସାରଥୀ ବାବା ଓରଫ ସନ୍ତୋଷ ରାଉଳ ଜାମିନ ମିଳିବା ପରେ ଆଜି ସେ ଜେଲରୁ ମୁକୁଳିପାରନ୍ତି ବୋଲି ସୂଚନା ମିଳିଛି । ତେବେ ଦୁଇ ଜଣ ଜାମିନଦାର ଓ ୨ ଲକ୍ଷ ଟଙ୍କା ବଦଳରେ ସାରଥୀଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି କେନ୍ଦ୍ରାପଡା ଏସଡିଜେଏମ କୋର୍ଟ । ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୫ରେ ସାରଥୀଙ୍କ ଉପରେ ଯୌନ କେଳେଙ୍କାରୀ ମାମଲା ରୁଜୁ ହେବା ସହ ବିଭିନ୍ନ ଦଫାରେ ଜେଲ ଦଣ୍ଡାଦେଶ ହୋଇଥିଲା ।