Odiapua.com

ଆଜି ସମସ୍ତ ୩୧ ଆକ୍ରାନ୍ତ ହେଉଛନ୍ତି ସ୍ଥାନୀୟ, ଜିଲାରେ ସମୁଦାୟ ହେଲେ ୭୨୨, ନୟାଗଡ଼ ପୌରାଂଚଳର ୧୨ ନଂ ୱାର୍ଡ଼ କଂଟେନମେଂଟ ଜୋନ ଘୋଷଣା

ନୟାଗଡ଼, ୪ା୮( ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ ପୁଣି ଆଜି ୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଯାହାକି ସମୁଦାୟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨୨ରେ ପହଂଚିଛି। ଏହି ୩୧ କରୋନା ଆକ୍ରାନ୍ତ ହେଲେ ଭାପୁର ବ୍ଳକର ୨ଜଣ, ଗଚ୍ଚିଆ ବ୍ଳକରେ, ଖଣ୍ଡପଡ଼ା ବ୍ଳକରେ ୬ଜଣ, ନୟାଗଡ଼ ବ୍ଳକରେ ୧୨ଜଣ, ନୟାଗଡ଼ ମ୍ୟୁନିସିପାଲିଟିର ଜଣେ, ଓଡ଼ଗାଁ ବ୍ଳକରେ ୪ଜଣ, ରଣପୁର ବ୍ଳକର ୫ଜଣ। ଏହି ସମସ୍ତ ୩୧ ଜଣ ହେଉଛନ୍ତି ସ୍ଥାନୀୟ ଆକ୍ରାନ୍ତ। ଅନ୍ୟପକ୍ଷରେ ନୟାଗଡ଼ ପୌରାଂଚଳର ୱାର୍ଡ଼ନଂ୧୨ର ରାଜାବଗିଚା, ସିଂଘଗଳି, ଅମରେନ୍ଦ୍ରବଜାରଲେନ୍ ଓ ଲକ୍ଷ୍ମୀବଜାର ଲେନ୍ କୁ ଜିଲାପାଳ ଡ-ପୋମା ଟୁଡୁ କଂଟେନମେଂଟ ଜୋନ ଘୋଷଣା କରିଛନ୍ତି। ସେହିପରିଭାବରେ ଜିଲାପାଳ ଘୋଷଣା କରିଥିବା ସେହି ୧୨ନଂ ୱାର୍ଡ଼ର ଏହିସବୁ ଲେନ୍ ସହ ସିଦ୍ଧେଶ୍ୱର କଲ୍ୟାଣମଣ୍ଡପ ଲେନକୁ ନୟାଗଡ଼ ପୌର ନିର୍ବାହୀ ଅଧିକାରୀ ମଧ୍ୟ କଂଟେନମେଂଟ ଜୋନ ଭାବେ ଘୋଷଣା କରିଛନ୍ତି। ଏତଦ୍‌ବ୍ୟତୀତ ଏହି କଂଟେନମେଂଟ ଜୋନର ନୋଡ଼ାଲ ଅଫିସର ଭାବେ କୈଳାଶ ଚନ୍ଦ୍ର ଜେନାଙ୍କୁ ଦାୟିତ୍ୱ ଦିଆଯାଇଛି। ଏହିସବୁ ଜୋନର ତଦାରଖ ଦାୟିତ୍ୱରେ କୈଳାଶ ଚନ୍ଦ୍ର ପରିଡ଼ା ଓ ବିନୋଦ ଚନ୍ଦ୍ର ପ୍ରଧାନଙ୍କୁ ରଖାଯାଇଛି। ଏହିସବୁ ଅଂଚଳକୁ ନାକାବନ୍ଦୀ କରାଯାଇଛି।