Odiapua.com

ଆଜି ସଂନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ – ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିବ ମୋହର

ଭୁବନେଶ୍ୱର ୯-୨ (ଓଡ଼ିଆ ପୁଅ) : ଆଜି ସଂନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ସନ୍ଧ୍ୟା ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ପ୍ରାୟ ୨୨ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ। ସେହିପରି ମନ୍ତ୍ରୀ ପରିଷଦ ବୈଠକରେ ୨୦୨୧-୨୨ ବର୍ଷର ବଜେଟକୁ ମିଳିବ ମଞ୍ଜୁରୀ।

ସେଥିମଧ୍ୟରେ ଏମଏସଏମଇ, ଏସଏସପିଡ଼ି, ପଞ୍ଚାୟତିରାଜ, ସ୍ବାସ୍ଥ୍ୟ ଓ ସାଧାରଣ ପ୍ରଶାସନ ବିଭାଗ ଭଳି ବିଭିନ୍ନ ବିଭାଗର ପ୍ରସ୍ତାବ ରହିଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସି କରାଯିବା ପାଇଁ ପ୍ରସ୍ତାବ ରହିଛି।
ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି)ର କ୍ୟାଡର ରୁଲ୍ ସଂଶୋଧନ ମଧ୍ୟ ରହିଛି।
ଚଳିତବର୍ଷ ପୌର ନିର୍ବାଚନ ଏବଂ ଆସନ୍ତାବର୍ଷ ପଞ୍ଚାୟତ ନିର୍ବାଚନ ରହିଛି। ଏହାକୁ ଦୃଷ୍ଟିରେ ରଖି କ୍ୟାବିନେଟ ବୈଠକରେ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକ ଉପରେ ମୋହର ଲାଗିବ ବୋଲି ଅନୁମାନ କରାଯାଉଛି।
କରୋନା ମହାମାରୀ ପରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବାକୁ ବଜେଟରେ ପ୍ରାଥମିକତା ଦିଆଯିବାର ସମ୍ଭାବନା ରହିଛି।
ତେଣୁ ଆସନ୍ତା ଆର୍ଥିକ ବର୍ଷ ରାଜ୍ୟ ବଜେଟର ଆକାର ପ୍ରାୟ ବୃଦ୍ଧି ପାଇବ ବୋଲି ଜଣାପଡ଼ୁଛି।