Odiapua.com

ଆଜି ଶ୍ରୀମନ୍ଦିରରେ ପୋଢୁଆଁ ହେଲେ ବଡ଼ଠାକୁର

ପୁରୀ ୨୦ା୧୧ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ରାଜ୍ୟରେ ପାଳନ ହେଉଥିବା ପ୍ରଥମାଷ୍ଟମୀ ପାଇଁ ପୋଢୁଆଁ ପର୍ବ। ଘରର ଜେଷ୍ଟ ସନ୍ତାନ ଆଜିର ଜିନରେ ହଳଦୀ ପତ୍ରରେ ପ୍ରସ୍ତୁତ ପିଠାଖାଇ ମାମୁଁ ଘରୁ ଆସିଥିବା ପୋଢୁଆଁ ଭାରକୁ ବ୍ୟବହାର କରିବେ ଘରର ଜେଷ୍ଟ ସନ୍ତାନା। ପୁରୀ ଜଗନ୍ନାଥ ଧାମରେ ଜଗତର ନାଥ ଜଗନ୍ନାଥ ପୋଢୁଆଁ ହେବେ। ବଡ ଠାକୁରଙ୍କ ମାମୁଁ ଘର ନିଆଳିରୁ ଆସିଛି ପୋଢୁଆଁ ଭାର।

ଆଜି ପ୍ରଥମାଷ୍ଟମୀ ହୋଇଥିବାରୁ ଜଗନ୍ନାଥଙ୍କ ମାମୁଁଘର ନିଆଳି ମାଧବ ମନ୍ଦିରରୁ ଭାର ସହିତ ନୂଆ ବସ୍ତ୍ର ଆସିବାର ପରମ୍ପରା କେଉଁ ଆବାହାମାନକାଳରୁ ଚାଲିଆସୁଛି।

ତୃତୀୟ ଅନଙ୍ଗଭୀମ ଦେବଙ୍କ ଦ୍ୱାରା ୧୨୨୬ ଖ୍ରୀଷ୍ଟାଦ୍ଦରୁ ମାଧବ ମନ୍ଦିରରୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ପ୍ରଥମାଷ୍ଟମୀ ଭାର ଯିବାର ପରମ୍ପରା ରହିଛି ବୋଲି ପରମ୍ପରା କହୁଛି। ଏଥିପାଇଁ ଶ୍ରୀଜୀଉଙ୍କ ଅଙ୍ଗଲାଗି ଖଣ୍ଢୁଆ ବସ୍ତ୍ର, ଅରୁଆ ଚାଉଳ, ବିରି, ନଡିଆ, ଗୁଡ଼, ପାଚିଲା କଦଳୀ ଯିବାର ବ୍ୟବସ୍ଥା ରହିଛି।