Odiapua.com

ଆଜି ଶପଥ ନେବେ ମନୋହର ଲାଲ

ନୂଆଦିଲ୍ଲୀ,୨୭/୧୦,(ଓଡ଼ିଆ ପୁଅ ପି ନାୟକ): ଦୀପାବଳି ଅବସରରେ ଦ୍ବିତୀୟ ଥର ପାଇଁ ହରିୟାଣାର ନୂଆ ସରକାର ଭାବେ ଶପଥ ଗ୍ରହଣ କରିବେ ମନୋହର ଲାଲ ଖଟ୍ଟର । ଏହାସହ  ଦୁଷ୍ୟନ୍ତ ଚୌଟାଲା ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ଗତକାଲି ସୂଚନା ଦେଇଛନ୍ତି । ତେବେ ଆଜିର ଏହି ଶପଥଗ୍ରହଣ ଉତ୍ସବରେ ବିଜେପିର ବରିଷ୍ଠ ନେତା ଏବଂ ୬ ଥର ବିଧାୟକ ଅନିଲ ଭିଜ, ବନୱାରୀ ଲାଲ, ସୀମା ତ୍ରିଫା ଏବଂ ଜେଜେପିର ରାମ କୁମାର ଗୌତମ ଓ ଈଶ୍ୱର ସିଂହଙ୍କୁ ନୂତନ ସରକାରରେ ମନ୍ତ୍ରୀ ପଦର ଦାୟିତ୍ୱ ମିଳିପାରେ ବୋଲି ଆଲୋଚନା ହେଉଛି  । ଦେଖିବାକୁ ଗଲେ ଲଗାତର ୨ୟ ଥର ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଖଟ୍ଟର ।

ତେବେ ଖବର ଅନୁସାରେ , ରବିବାର ଅପରାହ୍ନ ୨.୧୫ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମନୋହର । ତାଙ୍କ ସହ ଦୁଷ୍ୟନ୍ତ ଚୌଟାଲା ଉପମୁଖ୍ୟମନ୍ତ୍ରୀ ଭାବେ ବି ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ହରିୟାଣାରେ ସରକାର ଗଠନ କରିବା ପାଇଁ ବିଜେପି ଓ ଜେଜେପି ହାତ ମିଶାଇ ସାରିଛନ୍ତି । ଜେଜେପି ସଂସ୍ଥାପକ ଦୁଷ୍ୟନ୍ତ ଚୌଟାଲା ଓ ଅମିତ ଶାହ ମିଳିତ ଭାବେ ଏନେଇ ଘୋଷଣା କରିଛନ୍ତି ।