Odiapua.com

ଆଜି ମହାପ୍ରଭୁ ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ ଶ୍ରାଦ୍ଧ ଦେବେ

ପୁରୀ, ୧୫/୨୦(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଆଜି ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ ମହାପ୍ରଭୁ ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ମହାରାଜ ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ ଦିପଦାନ କରିବା ସହ ଶ୍ରାଦ୍ଧ ପ୍ରଦାନ କରିଥିଲେ। ଏହି ୩ଦିନ ମାନଙ୍କରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧ ବେଶରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣ ଆଦି କରିଥାନ୍ତି। ଏହି ସମୟରେ, ମହାଦୀପ ପ୍ରଜ୍ଜଳିତ ହୋଇଥାଏ। ତେଣୁ ଏହାକୁ ଦେବ ଦିପାବଳୀ ବୋଲି କୁହାଯାଇଥାଏ। ଚଳିତ ବର୍ଷ ୩ଦିନ ଦେବ ଦିପାବଳୀରେ ଶ୍ରଦ୍ଧାଳୁ ଭକ୍ତମାନେ କୋରୋନା କଟକଣା ଯୋଗୁଁ ମହାପ୍ରଭୁଙ୍କ ଦୁର୍ଲ୍ଲଭ ଶ୍ରାଦ୍ଧବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।