Odiapua.com

ଆଜି ମହାପ୍ରଭୁଙ୍କର ନବଯୌବନ ଦର୍ଶନ

ପୁରୀ, ୨୧/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଦେବସ୍ନାନ ପୂର୍ଣ୍ଣିମା ରେ ସ୍ନାନ ମଣ୍ଡପ ଉପରେ ଚତୁର୍ଦ୍ଧାମୂର୍ତି ୧୦୮ ଗଡୁ ଜଳ ସ୍ନାନ କରିବା ପରେ ଅସୁସ୍ଥ ହୋଇ ଅନବସର ପିଣ୍ଡି ରେ ରହୁଥିଲେ। ଜ୍ୱର ରୋଗରେ ପୀଡୀତ ମହାପ୍ରଭୁ ଙ୍କୁ ସୁସ୍ଥ କରିବା ପାଇଁ ଫୁଲରି ତେଲ ଲାଗି, ଓସୁଅ ଲାଗି, ଖଳିପ୍ରସାଦ ଲାଗି ଓ ଦଶମୂଳ ମୋଦକ ଲାଗି ହେବା ପରେ ମହାପ୍ରଭୁ ସୁସ୍ଥ ହୋଇ ଚକା ବିଜେ କରିଥିଲେ। ଏହା ପରେ ଶ୍ରୀ ଜିଉ ମାନଙ୍କୁ ଖଡି ଲାଗି କରାଯାଇଥିଲା। ନବଯୌବନ ଦର୍ଶନ ଦିନ ମହାପ୍ରଭୁ ଙ୍କ ଦର୍ଶନ ପାଇଁ ସିଂହଦ୍ୱାର ରେ ଜନସମୁଦ୍ର ହୋଇଥାଏ। କିନ୍ତୁ ଚଳିତ ବର୍ଷ କୋଭିଡ୍‌-୧୯ ଧାରା ଲାଗିଥିବା ଯୋଗୁଁ ଶ୍ରୀ ମନ୍ଦିର ରେ ସାଆଣ ମେଲା ଦର୍ଶନ ହୋଇ ପାରିନଥିଲା। ଶ୍ରଦ୍ଧାଳୁ ଭକ୍ତମାନେ ବ୍ୟାରିକେଡ୍ ନିକଟରେ ଛିଡା ହୋଇ ଶ୍ରୀ ଶ୍ରୀ ପତିତପାବନ ଙ୍କୁ ଦର୍ଶନ କରି ଫେରିଥିଲେ। ଗତକାଲି ମହାପ୍ରଭୁ ଙ୍କର ନେତ୍ର ଉତ୍ସବ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥିଲା।