Odiapua.com

ଆଜି ଭାରତରେ ଲଞ୍ଚ ହେବ ମାରୁତୀ ସୁଜୁକିର ଏହି ନୂଆ ମଡେଲ

ନୂଆଦିଲ୍ଲୀ,୨୧/୦୮,(ଓଡ଼ିଆ ପୁଅ /ପି ନାଏକ): କାର କିଣିବାକୁ ଇଚ୍ଛା ରଖିଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ମାରୁତି ସୁଜୁକି ପୁଣି ଥରେ ଭାରତୀୟ ବଜାରରେ ତାର ନୂଆ କାର ଲଞ୍ଚ କରିବାକୁ ଯାଉଛି। ମାରୁତି ସୁଜୁକି ପକ୍ଷରୁ ଭାରତରେ ଆଭି ପ୍ରିମିୟମ ଏମ୍‌ପିବିିର ନୂଆ XL 6 କାର ଲଞ୍ଚ କରିବାକୁ ଯାଉଛି। ଦିଲ୍ଲୀରେ ଆୟୋଜିତ ଏକ ଇଭେଣ୍ଟରେ ଏହାକୁ ଲଞ୍ଚ କରାଯିବ। ଏହାର ସ୍କେଚ ପୂର୍ବରୁ କମ୍ପାନୀ ଲଞ୍ଚ କରିଥିଲା।

ମାରୁତି ସୁଜୁକିର ନୂଆ ଏମପିବି XL 6 କାର ଦୁଇଟି ଭାରିଆଣ୍ଟରେ ଲଞ୍ଚ କରାଯିବ। ଯେଉଁଥିରେ  Zeta and Alpha ନୂଆ ରହିବ। ଏହାଛଡା ପ୍ରିମିଅମ ସିଲଭର, ମାଗମା ଗ୍ରେ, ଅବର୍ନ ରେଡ, ବ୍ରେଭ ଖାକି, ଆର୍ଟିକ ହ୍ଵାଇଟ ଏବଂ ନେକ୍ସା ବ୍ଲୁ ସମେତ ଛଅଟି ରଙ୍ଗରେ ଉପଲବ୍ଧ ହେବ। କମ୍ପାନୀ ଏହାର ବିକ୍ରି ନେକ୍ସା ପ୍ଲାଟଫର୍ମ ଜରିଆରେ କରିବ।