Odiapua.com

ଆଜି ଭଦ୍ରକରେ ଚିହ୍ନଟ ହେଲେ ୬୩ କରୋନା ଆକ୍ରାନ୍ତ

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକରୁ ଚିହ୍ନଟ ହେଲେ ନୂତନ ୬୩ କରୋନା ଆକ୍ରାନ୍ତ । ସମସ୍ତ ଆକ୍ରାନ୍ତ ଲୋକାଲ କଣ୍ଟାକ୍ଟ । ଜିଲ୍ଲାରୁ ମୋଟ ୧ ଲକ୍ଷ ୮ହଜାର ୧୧୪ଜଣଙ୍କ ନମୁନା ପରୀକ୍ଷା କରାଯିବା ପରେ ମୋଟ ୬୩୩୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୯୪ ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ମୋଟ ସୁସ୍ଥଙ୍କ ସଂଖ୍ୟା ହୋଇଛି ୫୮୧୮ । ଏବେ ଜିଲ୍ଳାରେ ମୋଟ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୯୯ । ଏହି ଚିହ୍ନଟମାନଙ୍କ ମଧ୍ୟରେ ବାସୁଦେବପୁର ବ୍ଲକର ୬ଜଣ, ବାସୁଦେବପୁର ପୌରପାଳିକାର ୩ଜଣ, ଭଦ୍ରକ ବ୍ଲକର ୧୩ଜଣ, ଭଦ୍ରକ ପୌରପାଳିକାର ୧୦ଜଣ, ବନ୍ତ ବ୍ଲକର ୧୬ ଜଣ, ଭଣ୍ଡାରିପୋଖରୀ ବ୍ଲକର ଜଣେ, ଚାନ୍ଦବାଲି ବ୍ଲକର ୫ଜଣ, ଧାମନଗର ବ୍ଲକର ୨ଜଣ, ତିହିଡି ବ୍ଲକର ୬ଜଣ ଏବଂ ଅନ୍ୟ ଜିଲ୍ଳାର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।