Odiapua.com

ଆଜି ଭଦ୍ରକରୁ ଚିହ୍ନଟ ହେଲେ ୫୦ ନୂତନ ଆକ୍ରାନ୍ତ, ନମୁନା ପରୀକ୍ଷା ୧ ଲକ୍ଷ ପାର ହେଲା

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲାରୁ ଆଉ ନୂଆ ୫୦ଜଣ କରୋନା ସକ୍ରିୟ ଚିହ୍ନଟ ହୋଇଛନ୍ତି । ଇତି ମଧ୍ୟରେ ଜିଲ୍ଳାରୁ ନମୁନା ପରୀକ୍ଷା ୧ ଲକ୍ଷ ଅତିକ୍ରମ କରିଛି । ମୋଟ ନମୁନା ପରୀକ୍ଷା ୧ଲକ୍ଷ ୧୭୫୯ ଜଣଙ୍କର କରାଯାଇ ସାରିଛି । ଏବେ ଏହି ୫୦ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଳାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୬୦୯୯ । ସେହିଭଳି ମୋଟ ସୁସ୍ଥ ହୋଇଛନ୍ତି ୫୪୭୭ଜଣ । ଏବେ ଆକ୍ଟିଭ ଆକ୍ରାନ୍ତ ରହିଛନ୍ତି ୬୦୭ ଜଣ । ଚିହ୍ନଟ ୫୦ ଆକ୍ରାନ୍ତମାନେ ବାସୁଦେବପୁର ବ୍ଲକର ୧୧ଜଣ, ବାସୁଦେବପୁର ପୌରପାଳିକାର ୨ଜଣ, ଭଦ୍ରକ ବ୍ଲକର ୧୦ଜଣ, ଭଦ୍ରକ ପୌରପାଳିକାର ୯ଜଣ, ବନ୍ତ ବ୍ଲକର ଜଣେ, ଭଣ୍ଡାରିପୋଖରୀ ବ୍ଳକର ୭ଜଣ, ଚାନ୍ଦବାଲି ବ୍ଲକର ୪ଜଣ, ଧାମନଗର ବ୍ଲକର ଜଣେ, ଧାମନଗର ଏନ୍‌ଏସିର ୨ଜଣ, ତିହିଡି ବ୍ଲକର ୨ଜଣ ଏବଂ ଅନ୍ୟ ଜିଲ୍ଲାର ଜଣେ ଆକ୍ରାନ୍ତ ।