Odiapua.com

ଆଜି ବି ଅଛି ମାନବିକତା, ଦେଖନ୍ତୁ ଭିଡ଼ିଓ ଦିଅନ୍ତୁ ମନ୍ତବ୍ୟ

ଜଣେ ଗର୍ଭବତୀ ମହିଳା। ଗର୍ଭ ଯନ୍ତ୍ରଣା ଆସିବା ପରେ ଏକ ଅଟୋରେ ହସ୍ପିଟାଲକୁ ଯାଉଥିବା ସମୟରେ ଅଟୋର ଚକାଟି ଭାଙ୍ଗି ଯାଉଛି କିମ୍ବା ପଞ୍ଚର ହୋଇଯିବା ପରେ, ମହିଳା ଜଣଙ୍କ ଗର୍ଭ ଯନ୍ତ୍ରଣା ସହିପାରୁନାହିଁ। ଅଟୋ ଚାଳକ ବୋଧ ହୁଏ ପ୍ରଥମେ ଚେଷ୍ଟା କରିଥିବ ପଞ୍ଚର ଅଟୋର ଚକା ବଦଳାଇବାକୁ। କିନ୍ତୁ ଗର୍ଭ ଯନ୍ତ୍ରଣା ଦେଖି ସେ ମଧ୍ୟ ନିରୁପାୟ। କରିବ ବା କ’ଣ? ଶେଷରେ ନିଷ୍ପତ୍ତି ନେଲା କୌଣସି ଗାଡ଼ିକୁ ରୋକାଯାଇ ଲିଫ୍ଟ ମଗାଯାଇପାରିବ। ହେଲେ ପ୍ରାୟତଃ ଅନେକ ଗାଡ଼ି ଦେଖି ଚାଲିଯାଉଥାନ୍ତି। ଅନେକ ସମୟ ଏପରି ଚେଷ୍ଟା କରିବା ପରେ ଏକ କାର ଚାଲିଯିବା ପରେ ପୁନଃ ଫେରୁଛି। ସେହି କାରରୁ ଜଣେ ଛୋଟ ଝିଅ ବାହାରକୁ ଆସି ମହିଳାଙ୍କୁ ଦେଖି ପ୍ରଥମେ ପାଣି ଦେଉଛି ଏହା ପରେ ସେ କାର ର ପଛ ଡୋର ଖୋଲି ମହିଳାଙ୍କୁ ଆସିବାକୁ ଇଙ୍ଗିତ କରୁଛି। ହେଲେ ମହିଳା ଜଣକ ନିରୁପାୟ। କରିବେ ବା କ’ଣ? ଯନ୍ତ୍ରଣା ହେଉଛି ଉଠି ଆସିବାକୁ ଅସମର୍ଥ। ଇତି ମଧ୍ୟରେ କାରର ପଛ ଡୋର ଖୋଲି କୁନି ଝିଅଟି ତା’ ବାପାଙ୍କୁ ସହାୟତା କରିବାକୁ କହୁଛି। ଜଣେ ପୁରୁଷ ଆସି ଦେଖନ୍ତି ଯେ ଜଣେ ମହିଳା ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ତେବେ ସେ ପ୍ରଥମେ ତାଙ୍କୁ ଆସିବାକୁ କୁହନ୍ତି କିନ୍ତୁ ଦେଖିବାକୁ ପାଆନ୍ତି ମହିଳା ଜଣଙ୍କ ଏଥିପାଇଁ ସମକ୍ଷମ ନୁହଁନ୍ତି। ତେବେ ତତ୍କ୍ଷଣାତ ପୁରୁଷ ଜଣଙ୍କ ମହିଳାଙ୍କୁ ଉଠାଇ କାରରେ ବସାଇ ଦିଅନ୍ତି। ଏଠାରେ ସେ ଦେଖୁନାହାଁନ୍ତି କୌଣସି ସ୍ୱାର୍ଥ। କେବଳ ମାନବିକତା ଦେଖାଯାଉଛି ଏହି ବ୍ୟକ୍ତିଙ୍କ ପାଖରେ…।