Odiapua.com

ଆଜି ପୁରୀ ପୌରାଞ୍ଚଳରେ ୨୮ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ

ପୁରୀ ୧୭-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ପୁରୀ ପୌରାଚଂଳର ୩୨ ଟି ୱାର୍ଡରେ ୨୮ ଜଣ କୋରନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୱାର୍ଡ ନଂ ୪ ରୁ ୧ ଓ ୬ ରୁ ୪ ୧୦ ରୁ ୩ ୧୧ ରୁ ୧ ୧୫ ରୁ ୧, ୧୬ ରୁ ୪, ୧୯ ରୁ ୪, ୨୧ ରୁ ୨, ୨୩ ରୁ ୨, ୨୪ ରୁ ୧, ୨୭ ରୁ ୧, ୩୦ ରୁ ୧ ଓ ୩୧ ନଂ ୱାର୍ଡରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଜିଲ୍ଲାର ୧୧ ଟି ବ୍ଲକ୍ ରୁ ୪୦ ଜଣ ପଜେଟିଭ୍ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ଡେଲାଙ୍ଗ ୧ ଓ କାକଟ ପୁର ୧, ଅସ୍ତରଙ୍ଗ ୧ ପୁରୀ ସଦର ୨ ନିମାପଡା ୩ କଣାସ ୫, ସତ୍ୟବାଦୀ ୯, ବ୍ରହ୍ମଗୀରି ୯ ଓ କୃଷ୍ଣପ୍ରସାଦ ବ୍ଲକ୍ ରୁ ୯ ଜଣ ଚିହ୍ନଟ ହୋଇଛନ୍ତି। ପୁରୀ ସହର ଏବଂ ପୁରୀ ୧୧ ଟି ବ୍ଲକ୍ ରେ ଦିନ କୁ ଦିନ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥବବା ଯୋଗୁଁ ଜିଲ୍ଲା ପ୍ରଶାସନର ଚିନ୍ତାର ବିଷୟ, ବର୍ତ୍ତମାନ ଜିଲ୍ଲାରେ ୧୮୬୦ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ଜିଲ୍ଲାର ୭୪୫ ଜଣ କୋଭିଡ୍ ଆକ୍ରାନ୍ତ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ସ୍ୱାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଯାଇଛି। ଜିଲ୍ଲାରେ ୬୭ ଟି କ୍ୱାରେଣ୍ଟାଇନ୍ ସେଣ୍ଟର କରାଯାଇଛି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଥିବା ୬୯.୩୫ ପ୍ରତିଶତ ଜଣାଯାଇଛି। ଜିଲ୍ଲାରେ ୪.୫୧% ପଜେଟିଭ୍ ସଂଖ୍ୟା ରହିଛି।