Odiapua.com

ଆଜି ପୁଣି ବଢ଼ିଲା ଗ୍ୟାସ ସିଲିଣ୍ଡରର ମୂଲ୍ୟ : ଘରୋଇ ସିଲିଣ୍ଡର ଏବେ ୩ ଟଙ୍କା ୫୦ ପଇସା ମହଁଗା, କମର୍ସିଆଲ ସିଲିଣ୍ଡର ମୂଲ୍ୟ ୮ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ ୧୯-୫ (ଓଡ଼ିଆ ପୁଅ) : ଦରବୃଦ୍ଧି ସାଧାରଣ ଲୋକଙ୍କ ବଜେଟକୁ ଦୋହଲାଇ ଦେଇଥିବା ବେଳେ ଗୁରୁବାର ଦିନ ଲିକ୍ୱିଫାଏଡ୍ ପେଟ୍ରୋଲିୟମ ଗ୍ୟାସର ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଛି। ଘରୋଇ ରନ୍ଧନ ଗ୍ୟାସର ମୂଲ୍ୟ ଆଜି ଠାରୁ ୩.୫୦ ଟଙ୍କା ବୃଦ୍ଧି କରାଯାଇଛି ବୋଲି ଜଣାପଡ଼ିଛି। ଏହି ବୃଦ୍ଧି ସହିତ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦୦ ସମଗ୍ର ଭାରତରେ ହଜାରେ ଟଙ୍କା ଅତିକ୍ରମ କରିଛି। ଘରୋଇ ଏଲପିଜି ସିଲିଣ୍ଡର ବ୍ୟତୀତ, କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୮ ଟଙ୍କା ମଧ୍ୟ ବୃଦ୍ଧି କରାଯାଇଛି।

ତେବେ ଦର ବୃଦ୍ଧି ପରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ବର୍ତ୍ତମାନ ଦିଲ୍ଲୀରେ ୧୦୦୩ ଟଙ୍କା ହେବ। କୋଲକାତାରେ ୧୦୨୯ ଟଙ୍କା ଏବଂ ଚେନ୍ନାଇରେ ଦର ବୃଦ୍ଧି ପରେ ୧୦୧୮.୫ ଟଙ୍କା ହେବ।

ସିଲିଣ୍ଡର ପିଛା ୮ ଟଙ୍କା ସହିତ ୧୯ କିଲୋଗ୍ରାମର ବ୍ୟବସାୟିକ ସିଲିଣ୍ଡର ଜାତୀୟ ରାଜଧାନୀରେ ୨୩୫୪ ଟଙ୍କା ଉପଲବ୍ଧ ହେବ। କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇ ପାଇଁ ନୂତନ ହାର ଯଥାକ୍ରମେ ୨୪୫୪, ୨୩୦୬ ଟଙ୍କା ଏବଂ ୨୫୦୭ ଟଙ୍କା ହେବ।