Odiapua.com

‘ଆଜି ପରା ଶିବରାତ୍ରୀ’ ଲୋକlର୍ପିତ

ନୟାଗଡ଼, ୧୦ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଇଣ୍ଡିଆନ ମିୟୁଜିକ୍ କ୍ରିଏସନ୍ ପକ୍ଷରୁ ଶରଣକୁଳର ଲଡ଼ୁବାବାଙ୍କ ମନ୍ଦିର ପରିସରରେ ଶିବଙ୍କ ଉପରେ ଆଧାରିତ ଶିବ ଭଜନ ‘ଆଜି ପରା ଶିବରାତ୍ରୀ’ ଲୋକାର୍ପିତ ହୋଇଯାଇଛି। ଏହା ୟୁଟୁବ୍ ଚ୍ୟାନେଲରେ ଉପଲବ୍ଧ ହେଉଥିବାବେଳେ ଏହି ଭଜନଟିକୁ ରଚନା ଓ କଣ୍ଠଦାନ କରିଛନ୍ତି ବେତାର କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଓ ସଙ୍ଗୀତ ପରିଚାଳନା କରିଛନ୍ତି ଅଶୋକ ସାହୁ। ଏହି ଲୋକାର୍ପଣ ଉତ୍ସବରେ ବରିଷ୍ଠ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ, ଲଡ଼ୁବାବାଙ୍କ ମନ୍ଦିର ପରିଚ୍ଛା ତୋଷବନ୍ତ କର, ପରମ୍ପରା ସଂପାଦକ ନିର୍ମଳ ଚନ୍ଦ୍ର ଶୂରଦେଓ, କବି ଅଶୋକ ମଲ୍ଲ, ସ୍ତମ୍ଭକାର ଲକ୍ଷ୍ମୀଧର ସାହୁ, ଶିକ୍ଷାବିତ୍ କିଶୋର ଚନ୍ଦ୍ର କର, ସମାଜସେବୀ ଉମାକାନ୍ତ ମିଶ୍ର, ଜୟକୃଷ୍ଣ ସାହୁ ପ୍ରମୁଖ ଉପସ୍ଥତି ଥିଲେ।