Odiapua.com

ଆଜି ପବିତ୍ର ଗାନ୍ଧି ଜୟନ୍ତୀରେ ପୁରୀ ବେଳାଭୂମୀରେ ମହାତ୍ମାଗାନ୍ଧୀଙ୍କ ପ୍ରତିକୃତି ନିର୍ମିତ

ପୁରୀ, ୨/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଅକ୍ଟୋବର ୨ ତାରିଖକୁ ସାରା ଭାରତ ବାସୀ ଗାନ୍ଧୀ ଜୟନ୍ତୀ ଭାବେ ପାଳନ କରିଥାନ୍ତି। ସତ୍ୟ, ଅହିଂସାର ପୂଜାରୀ ତଥା ଭାରତକୁ ସ୍ୱାଧୀନତା ଦେବାରେ ପ୍ରମୁଖ ଭୂମିକା ନେଇଥିବା ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ଜନ୍ମଦିବସକୁ ଗାନ୍ଧୀ ଜୟନ୍ତୀ ଭାବେ ପାଳନ କରାଯାଏ। ଏହି ବିଶେଷ ଦିବସରେ ମହାତ୍ମାଗାନ୍ଧୀ ଙ୍କୁ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ବାଲୁକା କଳା ଚିତ୍ରରେ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଦେଶ ବାସୀ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଛନ୍ତି। ପୁରୀ ର ବେଳାଭୂମୀରେ ନିର୍ମିତ ଏହି ବାଲୁକାକଳା ଚିତ୍ରରେ ମହାତ୍ମାଗାନ୍ଧୀ ପ୍ରତିକୃତି ନିର୍ମାଣ ସହ ତ୍ରିରଙ୍ଗାଙ୍କୁ ମଧ୍ୟ ସ୍ଥାନ ଦେଇଛନ୍ତି।