Odiapua.com

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜ ରଜେଶ୍ୱର ବେଶ

ପୁରୀ ୮-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜ ରଜେଶ୍ୱର ବେଶ। ମହାପ୍ରଭୁ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ଭିଡ଼। ସେପଟେ ଆଜି ବୋଇତ ବନ୍ଦାଣ ସମେତ ଭସାଣ ଥିବାରୁ ପୁରୀ ସମୂଦ୍ର କୂଳରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି। ଓଡ଼ିଶାର ଅତୀତର ସମୃଦ୍ଧ ନୌ ବାଣିଜ୍ୟର ପରମ୍ପରାକୁ ମନେ ପକାଇ ବାକୁ ଆଜି ଓଡ଼ିଆମାନେ ରାତିରୁ ଉଠି ସୁର୍ଯ୍ୟ ଉଦୟ ପୂର୍ବରୁ ମହୋଦଧିରେ ବୋଇତ ଭସାଇଛନ୍ତି। ସେପଟେ କାର୍ତ୍ତିକ ବ୍ରତ କରୁଥିବା ହବିଶ୍ୟାଳିମାନେ ମହୋଦଧିରେ ବୁଡ ପକାଇ ସୂର୍ଯ୍ୟ ଦେବତାଙ୍କୁ ଦର୍ଶନ କରି କାର୍ତ୍ତିକ ବ୍ରତ ଉଦଯାପନ କରିଛନ୍ତି।