Odiapua.com

ଆଜି ନୂଆ ୩୫ ଆକ୍ରାନ୍ତ ଚିହ୍ନଟ

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଳାରୁ ଆଜି ୩୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୫୬୫ ହୋଇଛି । ଆଜି ସୁଦ୍ଧା ମୋଟ ୧ଲକ୍ଷ ୧୪ ହଜାର ୩୯୦ ନମୁନା ପରୀକ୍ଷା ସରିଛି । ସେହିପରି ଜିଲ୍ଳାରୁ ମୋଟ ୬୧୦୬ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । ଏବେ ସକ୍ରିୟ ଆକ୍ରାନ୍ତ ୪୪୩ଜଣ ରହିଛନ୍ତି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାସୁଦେବପୁର ବ୍ଲକର ୭ଜଣ, ବାସୁଦେବପୁର ପୌରପାଳିକାର ୩ଜଣ, ଭଦ୍ରକ ବ୍ଲକର ୮ଜଣ, ଭଦ୍ରକ ପୌରପାଳିକାର ୯ଜଣ, ବନ୍ତ ବ୍ଲକର ୩ଜଣ, ଭଣ୍ଡାରିପୋଖରୀ ବ୍ଲକର ଜଣେ, ଚାନ୍ଦବାଲି ବ୍ଳକର ଜଣେ, ଧାମନଗର ବ୍ଳକର ଜଣେ, ତିହିଡି ବ୍ଳକର ଜଣେ ଏବଂ ଅନ୍ୟ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।