Odiapua.com

ଆଜି ନୂଆ ଆକ୍ରାନ୍ତ ସଂଖ୍ୟା ୨୨ ଓ ସୁସ୍ଥ ହେଲେ ୩୭

ନୟାଗଡ଼, ୩ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାତଇବାରେ ଲାଗିଛି। ସୋମବାର ପୁଣି ୨୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୬୬୯ ଥିଲାବେଳେ ଆଜି ୨୨କୁ ମିଶାଇ ଜିଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୯୧ରେ ପହଂଚିଛି। ସେହିପରି ପରି ଭାବେ ଆଜି ୩୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗତକାଲି ସୁଦ୍ଧା ସୁସ୍ଥଙ୍କ ସଂଖ୍ୟା ୪୫୭ ରହିଥିବାେବେଳ ଆଜି ୩୭ ସୁସ୍ଥଙ୍କୁ ମିଶାଇ ଜିଲାରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୪୯୪ରେ ପହଂଚିଛି। ତେବେ ଆଜିସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା ୩ଥିବାବେଳେ ଆଉ ୨ଜଣ ଅନ୍ୟରୋଗରେ ଥାଇ କରୋନା ଚିକିତ୍ସାବେଳେ ମୃତ୍ୟୁ ବରଣ କରିଛନ୍ତି। ଫଳରେ ସମୁଦାୟ ମୃତ୍ୟୁ ସଂଖ୍ୟା ୫ହୋଇଛି।