Odiapua.com

ଆଜି ଦ‌୍ୱିତୀ ବାହନ ପୂଜା ବା ଦ୍ୱତୀୟା ଓଷା ପାଳିତ

ପୁରୀ, ୧୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆଶ୍ୱିନ ଶୁକ୍ଲ ପକ୍ଷ ଅଷ୍ଟମୀ ତିଥିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦ‌୍ୱିତୀବାହାନ ପୂଜା ବା ଦ୍ୱତୀୟା ଓଷା ପାଳିତ ହୋଇଥାଏ। ମାଆ ମାନେ ପିଲାମାନଙ୍କର ମଙ୍ଗଳ କାମନା କରି ଏହି ଓଷା ପାଳନ କରିଥାନ୍ତି। ମାଆ ମାନେ ନିଜ ପିଲାମାନଙ୍କ ପାଇଁ ମାନସିକ କରି ବିଭିନ୍ନ ଫଳ ଫୁଲ ପନିପରିବା ଆଦି ଯାଚିଥାନ୍ତି। ସନ୍ଧ୍ୟା ସମୟରେ ଏହି ପୂଜା ଦାଣ୍ଡରେ କରାଯାଇଥାଏ। ମାନସିକ କରିଥିବା ମହିଳା ମାନେ ବିଭିନ୍ନ ପ୍ରକାର ପରିବା ବୋଝ ଓ ଡାଲା ଧରି ପୂଜାସ୍ଥଳରେ ପହଂଚି ଦିଅଁ ଙ୍କ ନିକଟରେ ଭୋଗ ଲଗାଇଥାନ୍ତି। ବ୍ରାହ୍ମଣ ଏହି ପୂଜାର ମହାତ୍ମ୍ୟ ପାଠ କରିବା ପରେ ଏହାକୁ ମାନସିକ ଧାରୀ ମହିଳା ମାନେ ଶ୍ରବଣ କରିଥାନ୍ତି। ଶେଷରେ ଭୋଗ ସରିବା ପରେ ପୂଜା କରାଯାଇଥିବା ପନିପରିବାକୁ ଧରି ଘରକୁ ଫେରିଥାନ୍ତି। ଆଜି କରାଯାଇଥିବା ପୂଜାରେ ପନିପରିବା ଗୁଡିକ ଆସନ୍ତା କାଲି ହେବାକୁ ଥିବା ଘାଂଟ ତରକାରୀ କରାଯାଏ। ଚଳିତ ବର୍ଷ ପରିବାର ଦର ଆକାଶ ଛୁଆଁ ହୋଇଥିବା ଯୋଗୁଁ ଗୃହକର୍ତା ମାନେ କମ୍ ପରିବା କିଣି ସନୁଷ୍ଟ ହେବାକୁ ପଡୁଛି। ଆଳୁ କୁ ଛାଡିଦେଲେ ଅନ୍ୟ ସବୁ ପରିବାର ର ଦର କିଲ ପ୍ରତି ୫୦ ଟଙ୍କାରୁ ୮୦ ଟଙ୍କା ରହିଥିବା ଦେଖାଯାଏ। ଓଡିଆ ଘରର ଏକ ମୁଖ୍ୟ ପର୍ବ ହେଲା ଦ୍ୱତୀୟା ଓଷା। ଏହିଦିନ ଧନୀ ଠାରୁ ଗରିବ ପର୍ଯ୍ୟନ୍ତ ସମସ୍ତଙ୍କ ଘରେ ଘାଂଟ ତରକାରୀ କରାଯାଇଥାଏ।