Odiapua.com

ଆଜି  ଦୁର୍ଘଟଣାରେ ପ୍ରାଣହରାଇଥିବା ୩ଜଣଙ୍କ ପରିଚୟ ମିଳିଲା

ଯାଜପୁର୧୨ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ର୍ରୀ) ଆଜି ସକାଳ ବେଳା ପ୍ରକାଶିତ ଖବର ଦୃର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ବ୍ୟକ୍ତିଙ୍କ ପରିଚୟ ପୁଲିସ ସୁତ୍ରରୁ ଜଣାପଡିଛି ।

ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଥାନା ନିକଟସ୍ତ ଡାଇଭରସନରେ ଭୋର ସାଢେ ୪ଟା ବେଳେ ଏକ ଆଳୁ ବୋଝେଇ ଟ୍ରକ ସହ ବାଇକ ସାମ୍ନା ସାମ୍ନୀ ଧକ୍କା ହେବା ଫଳରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିବା ସହ ବାଇକରେ ଥିବା ୩ିନି ଜଣ ଯାକ ମୃତ୍ୟୁ ବରଣ କରିଥିଲେ । ଘଟଣାସ୍ଥଳେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବା ଅବସ୍ଥାରେ ଅନ୍ୟ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଭୋର ୪ଟାବେଳେ ଯାଜପୁରରୋଡରୁ ଏକ ବାଇକ ଯୋଗେ ପାଣିକୋଇଲି ଥାନା ଅନ୍ତର୍ଗତ ନରପଦା ଗ୍ରାମର ଇଶ୍ୱର ପଣ୍ଡାଙ୍କ ପୁଅ ଜଗନ୍ନାଥ (୪୯), ତଣ୍ଡରା ଗ୍ରାମର କାଠିଆ ଦଳେଇଙ୍କ ପୁଅ ପରିôକ୍ଷତ ଓରଫ ସିପୁନ ଓ ମହେଶ୍ୱର ଦଳାଇଙ୍କ ପୁଅ ଇନ୍ଦ୍ରମଣୀ ଓରଫ କୁନା ଏକ ନାଲି ରଂଙ୍ଗର ପ୍ୟାସିଅନ (ଓଆର୦୪ଜେ ୭୭୩୩) ଯୋଗେ ଆସୁଥିଲେ । ଜାତୀୟ ରାଜପଥ କାର‌୍ୟ୍ୟ ଦୋହାରୀକରଣ ଚାଲିଥିବା ବେଳେ ଥାନା ନିକଟରେ ଏକ ଡାଇଭରସନ କରାଯାଇ ଗୋଟିଏ ରାସ୍ତାରେ ଗାଡି ଗୁଡିକୁ ଛଡାଯାଉଛି । ଉକ୍ତ ଡାଇଭରସନ ନିକଟରେ ବାଇକଟି ଅପରପାଶ୍ୱର୍ ରାସ୍ତାକୁ ଯିବା କ୍ଷଣି ସମ୍ମୁଖରୁ ଆସୁଥିବା ଏକ ଆଳୁ ବୋଝେଇ ଟ୍ରକ(ଓଆର୦୫ଏଡି ୨୨୩୬) ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ବାଇକଟିକୁ ବଂଚାଇବାକୁ ଯାଇ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଘଟଣାସ୍ଥଳେ ପୁଲିସ ପହଂଚିଥିଲେ ହେଁ ସେଠାରେ ଜଗନ୍ନାଥର ମୃତ୍ୟୁ ହୋଇଥିବା ବେଳେ ସିପୁନ ଓ କୁନା ସହ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲା । ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏନେଇ ଏକ ମାମଲା ୨୨୦/୧୯ ରୁଜ୍ଜୁ କରାଯାଇ ପୁଲିସ ମୁଖ୍ୟ ଚିକିତ୍ସାଳୟରେ ପହଂଚି ଶବ ବ୍ୟବଚ୍ଛ୍ୟେଦ କରିବା ପରେ ସେମାନଙ୍କ ପରିବାରକୁ ଶବ ହସ୍ତାନ୍ତର କରିଛି ।