Odiapua.com

ଆଜି ଠାରୁ ପୁରୀ ସହରବାସୀ ପଶ୍ଚିମ ଦ୍ଵାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବାକୁ ପାଇଲେ

ପୁରୀ-୦୧।୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସହରବାସୀଙ୍କ ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ସ୍ୱତନ୍ତ୍ର ବ୍ୟବସ୍ଥା। ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଦେଇ ପୁରୀ ସହର ବାସୀ ଆଜି ଠାରୁ ଶ୍ରୀମନ୍ଦିର ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରି ପାରିବେ। ଏଥିପାଇଁ ପୁରୀ ସହର ବାସିନ୍ଦା ନିଜର ଆଧାର କାର୍ଡ, କୋଭିଡ ଡବଲ ଡୋଜ ଟୀକା ସାର୍ଟିଫିକେଟ ଅବା କୋଭିଡ ନେଗେଟିଭ RTPCR ରିପୋର୍ଟ ଦେଖାଇ ଶ୍ରୀମନ୍ଦିରକୁ ପ୍ରବେଶ କରି ପାରିବେ। ତେବେ ଏହି ବ୍ୟବସ୍ଥାକୁ ପୁରୀ ସହର ବାସୀ ସ୍ୱାଗତ କରିଛନ୍ତି। ପୂର୍ବରୁ ପୁରୀ ସହର ବାସୀ ବାହାରୁ ଆସୁଥିବା ଭକ୍ତଙ୍କ ସହ କେଵଳ ଶ୍ରୀମନ୍ଦିର ସିଂହ ଦ୍ୱାର ଦେଇ ଦର୍ଶନ ପାଇଁ ପ୍ରବେଶ କରୁଥିଲେ। ଏଥିପାଇଁ ବହୁ ବିଳମ୍ବ ହେଉଥିଲା। ସେହିପରି ମହା ପ୍ରାସାଦ ଟିକେ ଆଣିବାକୁ ଦୀର୍ଘ ସମୟ ଲାଗୁ ଥିଲା। ପୁରୀ ରେ ଥିବା ବୟସ୍କ ଲୋକ ମାନେ ଲମ୍ଭା ଲାଇନ ରେ ଠିଆ ହୋଇ ଶ୍ରୀମନ୍ଦିର କୁ ଯାଇ ପାରୁ ନ ଥିଲେ।।ଏ ନେଇ ପୁରୀରେ ତୀଵ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏ ନେଇ ବିଭିନ୍ନ ସଗଠନ ଜିଲାପାଳଙ୍କୁ ଏହି ସମସ୍ୟା ସମାଧାନ ପୂର୍ବକ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ପାଇଁ ଦାବି କରାଯାଇ ଥିଲା। ଏହାକୁ ପ୍ରଶାସନ ପକ୍ଷରୁ ବିଚାରକରାଯାଇ ଆଜି ଠାରୁ କେବଳ ପୁରୀ ସହର ବାସୀ ଙ୍କ ପାଇଁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଖୋଲା ଯାଇଚି। ଏହି ନିଷ୍ପତି କୁ ପୁରୀ ସହର ବାସୀ ସ୍ୱାଗତ କରିଛନ୍ତି।