Odiapua.com

ଆଜି ଜାତୀୟ କ୍ରୀଡା ଦିବସ

ନୂଆଦିଲ୍ଲୀ,୨୯/୦୮,(ଓଡ଼ିଆ ପୁଅ ପି ନାଏକ): ଆଜି ଜାତୀୟ କ୍ରୀଡ଼ା ଦିବସ। ପ୍ରତ୍ଯେକ ବର୍ଷ ୨୯ ଅଗଷ୍ଟ ଦିନ ରାଷ୍ଟ୍ରିୟ କ୍ରୀଡା ଦିବସ ରୂପେ ପାଳନ କରାଯାଇଥାଏ। ଏଥିସହ ହକି ଲିଜେଣ୍ଡ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି। ପ୍ରତି ମଣିଷ ଜୀବନରେ ଖେଳର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇଥାଏ।

ମେଜର ଧ୍ୟାନଚାନ୍ଦଙ୍କ ସମ୍ମାନରେ ପ୍ରତ୍ଯେକ ବର୍ଷ ଭାରତ ସରକାର ଆଜିର ଦିନ ଅର୍ଥାତ ୨୯ ଅଗଷ୍ଟକୁ ରାଷ୍ଟ୍ରିୟ କ୍ରୀଡା ଦିବସ ରୂପେ ପାଳନ କରିଥାନ୍ତି। ଆଜିର ଦିନରେ ରାଷ୍ଟ୍ରପତି ନିଜେ କ୍ରୀଡାର ବିଭିନ୍ନ କ୍ଷେତ୍ରରେ କ୍ରୀଡାବିତ୍ ମାନଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରିଥାନ୍ତି। ପ୍ରତ୍ଯେକ ବର୍ଷ ପରି ଚଳିତ ବର୍ଷ ମଧ୍ଯ କ୍ରୀଡା ଦିବସ ପାଳନ କରାଯିବ। ଏଥିରେ ବିଭିନ୍ନ କ୍ରୀଡା କ୍ଷେତ୍ରରେ ସମୁଦାୟ ୩୨ ଜଣ ଖେଳାଳୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରସ୍କୃତ କରିବେ।