ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ପାଇଁ ଉତ୍ସବମୁଖର ଆରଡିପୀଠ। ଆଜି ଜାଗରଯାତ୍ରା ଦିନ ତମାମ ମନ୍ଦିରରେ ଅନୁଷ୍ଠିତ ହେବା ସହ ସଂଧ୍ୟାରୁ ରାତ୍ର ୧୨ଟା ଯାଏ ଚାରି ପ୍ରହର ରୁଦ୍ରାଭିଷେକ ଓ ଘର୍ଷଣ ଲାଗି,ରାତ୍ର ୧ଟାରେ ସୁନା ବେଶ ଓ ଭୋର ୪ଟା ୩୦ରେ ମନ୍ଦିର ଚୂଡାକୁ ଉଠିବ ମହାଦୀପ। ଏଥିପାଇଁ ପୁରା ପ୍ରସ୍ତୁତ ମନ୍ଦିର ପରିସର। ଶନିବାର ଏକବାର ନୀତି ପାଇଁ ଭୋର ୪ଦ୩୦ରେ ମନ୍ଦିର ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ ସମ୍ପନ୍ନ ହେବା ପରେ ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ କରାଯାଇ ମଣିବାବାଙ୍କୁ ଦିଗମ୍ବର ବେଶରେ ପହିଲି ବାଲ୍ୟଭୋଗ ଲାଗି କରାଯାଇଥିଲା। ସକାଳ ୫ଟାରୁ ମଧ୍ୟାହ୍ନ ୧ଟଯାଏଁ ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତମାନେ ସାହଣମେଲା ଦର୍ଶନ କରିଥିଲେ। ଅପରାହ୍ଣ ୪ଟା ସୁଧା ମଣିବାବାଙ୍କର ସମସ୍ତ ସକାଳ ଧୂପ ସରିବା ପରେ ଗର୍ଭଗୃହ ମାର୍ଜନା କରାଯାଇ ନୂଆ ଚାନ୍ଦୁଆ ଲାଗି କରାଯାଉଥିବା ବେେ ଳ ମନ୍ଦିର ଚୂଡାରେ ନୂଆନେତ ଲାଗି କରାଯାଇଥିଲା। ପରେ ମଣିବାବାଙ୍କର ବଡସିଂହାର ବେଶ ସହ ସଂଧ୍ୟାରେ ଏକବାର ଅନ୍ନଭୋଗ ନୀତି ଲାଗି କରାଯାଇଥିଲା। ଅନ୍ୟପଟେ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ଆଗମନକୁ ନେଇ ପୂର୍ବାଂଚଳ ଡିଆଇଜି ପିନାକି ମିଶ୍ର ସ୍ଥିତିର ସମୀକ୍ଷା କରିଥିବା ବେଳେ ଜିଲାପାଳ ଓ ପ୍ରଶାସନିକ ଅଧିକାରୀ ପ୍ରମୁଖ ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି।