Odiapua.com

ଆଜି ଜଣେ ନୂଆ ପଜିଟିଭ ଚିହ୍ନଟ,ଜଣେ ମୃତ,୪ଦିନ ପାଇଁ ମାଲକାନଗିରି ଓ ବାଲିମେଳା ସହରକୁ ସଟଡାଉନ ଘୋଷଣା ।

ମାଲକାନଗିରି, ୨୯ା୭(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ଉଗ୍ରରୂପନେଉଛି କରୋନା ମହାମାରି,ଜିଲ୍ଲାରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ,ଆଜି ଜିଲ୍ଲାରେ ପୁଣି ଜଣେ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣେ ବୃଦ୍ଧାଙ୍କର ମୃତ୍ୟୁଘଟିଛି । ଏମାନେ ପୁବ ର୍ ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିବାର ଜଣାପଡିଛି ।ମାଥିଲି ବ୍ଲକ କଟେଂନମେଟଂ ଜୋନଅଚଂଳରୁ ଜଣଙ୍କର ପଜିଟିଭି ଚିହ୍ନଟ ହୋଇଛି । ମାଲକାନଗିରି ପୌରାଚଂଳର କଟେଂନମେଟଂ ଜୋନଅଚଂଳରୁ ୬୨ବର୍ଷବୟସ୍କା ବୃଦ୍ଧା ଙ୍କର ପଜିଟିଭି ବାହାରିଥିବା ପରେ ତାଙ୍କୁ ଭୁବନେଶ୍ୱର କିମସ ହସପିଟାଲକୁ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁଘଟିଛି,ତାଙ୍କର ପୁବ ର୍ରୁ ଉଚ୍ଚରକ୍ତଚାପ ଜନିତ ରୋଗ ଥିଲା ,ଆଜିର ଆକ୍ରାନ୍ତ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪୫ ହୋଇଥିବା ବେଳେ ସଥିମଧ୍ୟରୁ ୩୨୦ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି,ଦୁଇଜଣଙ୍କର ମୃତ୍ୟୁ ଘଟିଛି ଓ ୧୨୩ ଜଣ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା ହେଉଛନ୍ତି ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୁଚନା ମିଳିଛି । ଦିନକୁ ଦିନ କରୋନା ସଂକ୍ରମଣ ଙ୍କ ସଂଖ୍ୟାବୃଦ୍ଧି ପାଉଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ ମାଲକାନଗିରି ପୌରାଚଂଳ ଓ ବାଲିମେଳା ଏନଏସି ଅଚଂଳକୁ ଗୁରୁବାର ରାତ୍ର ଠାରୁ ଅଗଷ୍ଟ ୨ତାରିଖ ରାତ୍ର୧୨ଟା ପର୍ଯ୍ୟନ୍ତ ୪ଦିନ ଧରି ସଟ୍ ଡାଉନ୍ ଘୋଷଣା କରାଯାଇ ସହରର ବିଭିନ୍ନ ଛକ ସ୍ଥାନରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇ ସାହିବସ୍ତିକୁ ନାକା ବନ୍ଦିକରିଦିଆ ଯାଇଛି । ମାଲକାନଗିରି ପୌରପରିଷଦ ଓ ବାଲିମେଳା ସହରରେ ଗୁରୁବାର ରାତ୍ର ଠାରୁ ଦୋକାନବଜା ଓ ଯାନବାହନ ଚଳାଚଳା ବନ୍ଦକରିଦିଆ ଯାଇଛି । ମାଲକାନଗିରି ପୌରପରିଷଦ ଓ ବାଲିମେଳା ଏନଏସି ଅଚଂଳର ସାହିବସ୍ତିରେ ସ୍ୱାସ୍ଥ୍ୟକର୍ମୀ,ଆଶା,ଅଙ୍ଗନଓ୍ୟାର୍ଡି କର୍ମୀ ମାନେ ଘର ଘରବୁଲି ସ୍ୱାସ୍ଥ୍ୟ,ପରିବାର ସଂଖ୍ୟା ଓ କୋଭିଡ ସଂ୍‌କ୍ରମଣ ବିବରଣୀ ସଂଗ୍ରହ ସହ କାହାର କିଛିଲକ୍ଷଣ ଅଛିକି ନାହିଁ ତନ୍ନତନ୍ନ କରି ଯାଚଂ କରି ଗୃହକର୍ତାଙ୍କୁ ଭେଟି ଘରେ କେତେଜଣ ସଦସ୍ୟ ଅଛନ୍ତି,ସେମାନଙ୍କ ସ୍ୱାସ୍ଥ୍ୟବିବରଣୀ ସଂଗ୍ରହ କରିବା ସହିତ ବାହାରୁ କିଏ ଆସିଛନ୍ତି କି ନାହିଁ ସେ ସଂପର୍କରେ ସୁଚନା ସଂଗ୍ରହକରି କୋଭିଡ୧୯ ରୁ କିପରି ସୁରକ୍ଷିତ ରହିବେ ସେ ସଂପର୍କରେ ଜନ ସଚେତନତା ବାର୍ତା ଦେଉଛନ୍ତି ।