Odiapua.com

ଆଜି ଚିହ୍ନଟ ହେଲେ ୧୮୬ ଆକ୍ରାନ୍ତ, ସଂଖ୍ୟା ପହଞ୍ଚିଲା ୩ହଜାରରେ : ନମୁନା ପରୀକ୍ଷା ୫୦ ହଜାର ପାର ହେଲା

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଜି ଆଉ ନୂଆ ୧୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂତନ ଆକ୍ରାନ୍ତଙ୍କୁ ନେଇ ଜିଲ୍ଲର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ହୋଇଛି । ଯେତେବେଳେ କି ନୂଆ ୪୯ ସୁସ୍ଥଙ୍କ ପରେ ଜିଲ୍ଳାର ମୋଟ ସୁସ୍ଥଙ୍କ ସଂଖ୍ୟା ହୋଇଛି ୨୧୮୮ । ଏବେ ଆକ୍ଟିଭ ଆକ୍ରାନ୍ତ ଭାବେ ୮୦୩ଜଣ ଚିକିତ୍ସିତ ହେଉଛନ୍ତି । ସେହିଭଳି ଜିଲ୍ଲାର ନମୁନା ପରୀକ୍ଷା ମଧ୍ୟ ୫୦ ହଜାର ଅତିକ୍ରମ କରି ୫୦,୨୦୪ରେ ପହଞ୍ଚିଛି । ଆଜି ଚିହ୍ନଟଙ୍କ ମଧ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବାସୁଦେବପୁର ବ୍ଲକ ଅଞ୍ଚଳରୁ । ଏହି ଅଞ୍ଚଳରୁ ୪୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାସୁଦେବପୁର ପୌରପାଳିକାରୁ ୧୯ଜଣ, ଭଦ୍ରକ ବ୍ଲକରୁ ୩୪ଜଣ, ଭଦ୍ରକ ପୌରପାଳିକାରୁ ୩୫ଜଣ, ବନ୍ତ ବ୍ଳକରୁ ୪ଜଣ, ଭଣ୍ଡାରିପୋଖରୀ ବ୍ଲକରୁ ୩୦ଜଣ, ଚାନ୍ଦବାଲି ବ୍ଲକରୁ ୩ଜଣ, ଧାମନଗର ବ୍ଳକରୁ ୪ଜଣ, ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ, ତିହିଡି ବ୍ଳକରୁ ୧୨ଜଣ ଏବଂ ଅନ୍ୟ ଜିଲ୍ଲାର ଆକ୍ରାନ୍ତ ଭାବେ ୨ଜଣ ଚିହ୍ନଟ ହୋଇଛନ୍ତି ।