Odiapua.com

ଆଜି ଚିହ୍ନଟ ହେଲେ ନୂଆ ୧୧ ଆକ୍ରାନ୍ତ, ସଂଖ୍ୟା ପହଞ୍ଚିଲା ୨୯୪

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଆଜି ନୂତନ ଭାବେ କରୋନା ଆକ୍ରାନ୍ତ ୧୧ଜଣ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ପହଞ୍ଚିଛି ୨୯୪ରେ । ଏମାନଙ୍କ ମଧ୍ୟରୁ ମୋଟ ସୁସ୍ଥ ହୋଇସାରିଛନ୍ତିି । ୨୬୮ଜଣ । ଏବେ ଆକ୍ଟିଭ ଆକ୍ରାନ୍ତ ୨୫ଜଣ ଚିକିତ୍ସାଧୀନ ରହିଛନ୍ତି । ଆଜି ସୁଦ୍ଧା ଜିଲ୍ଲାରୁ ମୋଟ ୧୧ ହଜାର ୯୩୪ ସାମ୍ପୁଲ ଟେଷ୍ଟ ସରିଛି ବୋଲି ଜିଲ୍ଲାପାଳ ଡ. ଜ୍ଞାନ ଦାସ ସୂଚନା ଦେଇଛନ୍ତି । ଚିହ୍ନଟ ୧୧ଜଣ ଆକ୍ରାନ୍ତ ସମସ୍ତେ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ୨ଜଣ ଚାନ୍ଦବାଲି ବ୍ଲକ ଅଞ୍ଚଳର ହୋଇଥିବା ବେଳେ ୯ଜଣ ଧମାନଗର ବ୍ଲକ ଅଞ୍ଚଳର । ଜିଲ୍ଲାପାଳ ଡ. ଦାସ ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟଜୋନ ଘୋଷଣା କରିଛନ୍ତି । ଘୋଷିତ ଅଞ୍ଚଳ ଗୁଡିକ ହେଲା ଧାମନଗର ବ୍ଲକର ସହିଦ ନଗର ହାଇସ୍କୁଲ, ଧୁଷୁରୀ ମୁରଲୀଧର ହାଇସ୍କୁଲ, ଭଗବାନପୁର ହାଇସ୍କୁଲ ଏବଂ ପାଳସାହିର ବାପୁଜୀ ନୋଡାଲ ସ୍କୁଲ କଣ୍ଟେନମେଣ୍ଟ ଜୋନ । ସେହିପରି ଏହି ବ୍ଲକର କଟସାହି, ଧୁଷୁରୀ, ଭଗବାନପୁର ଓ ପାଳସାହି ପଞ୍ଚାୟତ ବଫରଜୋନ ହୋଇଛି । ଚାନ୍ଦବାଲି ବ୍ଲକର ତେନ୍ତୁଲିଡିହି ପଞ୍ଚାୟତ ବଫରଜୋନ ଓ ତେନ୍ତୁଲିଡିହି ବାତ୍ୟା ଆଶ୍ରୟସ୍ଥଳୀକୁ କଣ୍ଟେନମେଣ୍ଟଜୋନ ଘୋଷଣା କରାଯାଇଛି । ସେହିଭଳି ଭାବେ ବାସୁଦେବପୁର ବ୍ଲକର ଜଗବନ୍ଧୁ ନୋଡାଲ ସ୍କୁଲ କଣ୍ଟେନମେଣ୍ଟଜୋନ ଓ ବରଣ୍ଡୁଆ ପଞ୍ଚାୟତକୁ ବଫରଜୋନ କଟକଣାରୁ ମୁକ୍ତ କରାଯାଇଛି । ଏହି ଅଞ୍ଚଳରେ ଗତ ୨୮ ତାରିଖରେ କଟକଣା ଜାରି ହୋଇଥିଲା ।