Odiapua.com

ଆଜି ଚିହ୍ନଟ ହେଲେ ଆଉ ୮୭ ଆକ୍ରାନ୍ତ, ଜଣେ ମୃତ : ସଂଖ୍ୟା ହେଲା୨୮୧୪, ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଲା ୯କୁ

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଆଉ ନୂଆ ୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଫଳରେ ଜିଲ୍ଳାର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୧୪ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୮ରୁ ବୃଦ୍ଧି ହୋଇ ୯ ହୋଇଛି । ସେହିଭଳି ସୁସ୍ଥଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟି ୨୧୩୯ ହୋଇଥିବା ବେଳେ ଏବେ ଆଉ ୬୬୬ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ତେବେ ଆଜି ଯେଉଁସବୁ ଅଞ୍ଚଳରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି ସେହିସବୁ ଅଞ୍ଚଳ ହେଲା ଭୁବନେଶ୍ୱରର କିମ୍‌ସ୍ ହସ୍‌ପିଟାଲରେ ଚିକିିତ୍ସିତ ହେଉଥିବା ଚାନ୍ଦବାଲି ବ୍ଲକ ଆରଡି ପଞ୍ଚାୟତର ଜଣେ, ଏମ୍‌ସ୍‌ରେ ଚିକିିତ୍ସିତ ହେଉଥିବା ଭଦ୍ରକ ପୌରପାଳିକାର ୨୧ ନଂ ୱାର୍ଡର ଜଣେ, ଅଶ୍ୱିନୀ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ୧୩ ନଂ ୱାର୍ଡର ଜଣେ ଚିହ୍ନଟ ହୋଇଛନ୍ତି । ସେହିଭଳି ଭଦ୍ରକ ବ୍ଲକର କୋରକୋରା ପଞ୍ଚାୟତରୁ ଜଣେ, ବହୁଦରଡା ପଞ୍ଚାୟତରୁ ୧୦, ଚଣ୍ଡିଗାଁ ପଞ୍ଚାୟତରୁ ୨ଜଣ, ବନ୍ଧଗାଁ ପଞ୍ଚାୟତରୁ ଜଣେ, ଚରମ୍ପାରୁ ୩, ଗେଲପୁରରୁ ଜଣେ, ଖଣ୍ଡତଡାରୁ ଜଣେ, ରାନ୍ଦିଆରୁ ୪, ରାହାଞ୍ଜରୁ ଜଣେ, ଆର.ଏନ.ବେତଡାରୁ ୨, ସାବରଙ୍ଗରୁ ଜଣେ, ଭଣ୍ଡାରିପୋଖରୀ ବ୍ଲକର ଦକ୍ଷିଣବାଡ ପଞ୍ଚାୟତରୁ ୨, ନୂଆଗାଁ ପଞ୍ଚାୟତରୁ ୩, କୁରିଗାଁରୁ ଜଣେ, ରହଣିଆରୁ ଜଣେ, ରାମଚନ୍ଦ୍ରପୁରରୁ ୨, ସରସଦାରୁ ଜଣେ, ତେସିଙ୍ଗାରୁ ୨, ନପଙ୍ଗରୁ ଜଣେ, ତିିହିଡି ବ୍ଲକର କାଁପଡା ପଞ୍ଚାୟତରୁ ୨ଜଣ, ଭାଟପଡା ପଞ୍ଚାୟତରୁ ଜଣେ, ବିଲଣାରୁ ଜଣେ, ବୋଡକରୁ ଜଣେ, ଦୋଳସାହିରୁ ୬, ଚାନ୍ଦବାଲି ବ୍ଳକର ଦୋସିଙ୍ଗା ପଞ୍ଚାୟତରୁ ୨ଜଣ, ଗୋଲାଡିହା ପଞ୍ଚାୟତରୁ ଜଣେ, ଧାମନଗର ବ୍ଲକ ଧୁଷୁରୀ ପଞ୍ଚାୟତରୁ ୨ଜଣ, ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ପଞ୍ଚାୟତରୁ ଜଣେ, ଅରଣ୍ଡୁଆ ପଞ୍ଚାୟତରୁ ଜଣେ, ବାସୁଦେବପୁର ପୌରପାଳିକାର ବାଲିନଗର ଅଞ୍ଚଳରୁ ଜଣେ, ୧୮ ନଂ ୱାର୍ଡରୁ ଜଣେ,୨୩ ନଂ ୱାର୍ଡରୁ ଜଣେ, ଭଦ୍ରକ ପୌରପାଳିକାର ୧୦ ନଂ ୱାର୍ଡରୁ ଜଣେ, ୧୨ ନଂ ୱାର୍ଡରୁ ୨, ୧୩ ନଂ ୱାର୍ଡରୁ ଜଣେ, ୨୯ ନଂ ୱାର୍ଡରୁ ୨ଜଣ, ୫ ନଂ ୱାର୍ଡରୁ ୨ଜଣ, ୬ ନଂ ୱାର୍ଡରୁ ୨, ୭ ନଂ ୱାର୍ଡରୁ ଜଣେ, ବନ୍ତ ବ୍ଲକଆଡିଆ ପଞ୍ଚାୟତରୁ ୨ଜଣ, ବଡବର୍ଚ୍ଚିକୟାଁରୁ ୨, ବନ୍ତ ପଞ୍ଚାୟତରୁ ୨, ଗଣିଜାଙ୍ଗରୁ ଜଣେ, ଓଡଙ୍ଗରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜିଲ୍ଲା ଭାବେ ବାଲେଶ୍ୱର ଜିଲ୍ଲାର ସମୁଳିଆ ଅଞ୍ଚଳରୁ ଜଣେ ଏବଂ ବାଉାଁମଣି ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।