ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଚିହ୍ନଟ ଆଜି ଆଉ ନୂଆ ୧୯ଜଣ କରୋନା ଆକ୍ରାନ୍ତ । ଏହି ଆକ୍ରାନ୍ତମାନଙ୍କୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତ ହୋଇଛନ୍ତି ୬ହଜାର ୮୯୨ଜଣ । ସେଥି ମଧ୍ୟରୁ ସୁସ୍ଥ ହୋଇ ସାରିଛନ୍ତି ୬ ହଜାର ୬୩୨ଜଣ । ଅନ୍ୟ ପକ୍ଷରେ ଜିଲ୍ଲାରେ ଆଉ ୩ଜଣ କୋବିଡ଼ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ଜିଲ୍ଲାର ମୋଟ ମୃତକଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି । ସେହିଭଳି ଏବେ ଜିଲ୍ଳାରେ ଆଉ ୨୪୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଏମାନେ ବିଭିନ୍ନ କୋବିଡ ହସ୍ପିଟାଲ ଓ ହୋମ୍ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ଆଜି ସୁଦ୍ଧା ଜିଲ୍ଲାରୁ ମୋଟ ୧ଲକ୍ଷ ୩୪ ହଜାର ୩୧୩ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି । ଚିହ୍ନଟ ଆକ୍ରାନ୍ତମାନେ ବାସୁଦେବପୁର ବ୍ଲକର ୪ଜଣ । ସେମାନେ ହେଲେ ସୁଗୋ, ସାନକୃଷ୍ଣପୁର, ଗୁଆଗଡି ଓ ବାଲିମେଦ ପଞ୍ଚାୟତର ଜଣେ ଜଣେ, ବାସୁଦେବପୁର ପୌରପାଳିକାର ମନ୍ଦାରୀ ଅଞ୍ଚଳରୁ ଜଣେ, ଭଦ୍ରକ ବ୍ଲକର ଏରେଇଁ ପଞ୍ଚାୟତରୁ ଜଣେ, କୋରକୋରା ପଞ୍ଚାୟତରୁ ୨ଜଣ, ଗେଲପୁର ପଞ୍ଚାୟତରୁ ଜଣେ, ଭଦ୍ରକ ପୌରପାଳିକାର ୧୦ ନଂ ୱାର୍ଡରୁ ଜଣେ, ଚାନ୍ଦବାଲି ଏନ୍ଏସିର ଜୟନଗର ଅଞ୍ଚଳରୁ ୬ଜଣ, ତିହିଡି ବ୍ଲକର ଅଚକ ପଞ୍ଚାୟତରୁ ଜଣେ, ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଓ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ଜଣେ ବ୍ୟକ୍ତି ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି ।