Odiapua.com

ଆଜି ଗୋଟିଏ ଦିନରେ ୬୯ ନୂଆ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୩୧୮୩ ରେ ପହଁଚିଲା

ମାଲକାନଗିରି,୨୧ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କେତେ ବେଳେ ବୃଦ୍ଧିଯାଉଛି ତ ଆଉ କେତେବେଳେ ହ୍ରାସ ପାଇ ସାପ ସିଡିର ଖେଳ ଖେଲୁଛି । ଆଜି ଜିଲ୍ଲାରେ ଗୋଟିଏ ଦିନରେ ୫ଜଣ କୋଭିଡ ଯୋଦ୍ଧାଙ୍କ ସହ ୬୯ ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟଙ୍କ ମଧ୍ୟରୁ ୧୭ ଜଣ ପୁବ ର୍ସଂକ୍ରମଣଙ୍କ ସଂସ୍ପର୍ଷରେ ଆସିଥିବା ବେଳେ ୨୪ ଜଣଙ୍କର ରୋଗର ଲକ୍ଷଣ ଥିଲା,୨୮ ଜଣ ହାଉସ ସର୍ଭେରୁ ଚିହ୍ନଟ ହୋଇଛନ୍ତି । ଆଜିର ୬୯ଜଣ ଚିହ୍ନଟଙ୍କ ମଧ୍ୟରୁ ମାଲକାନଗିରି ପୌରପରିଷଦ ଅଚଂଳରୁ ୧୬ଜଣ,ବାଲିମେଳା ଏନଏସି ଅଚଂଳରୁ ୯ଜଣ ,କାଲିମେଳା ବ୍ଲକ ଅଚଂଳରୁ ୧୫ଜଣ, ମାଲକାନଗିରି ବ୍ଲକଅଚଂଳରୁ ୯ ଜଣ ,କୋରକୁଣ୍ଡା ବ୍ଲକ ଅଚଂଳରୁ ୨ଜଣ ,ଖଇରପୁଟ ବ୍ଲକ ଅଚଂଳରୁ ୯ଜଣ,ମାଥିଲି ବ୍ଲକ ଅଚଂଳରୁ ୨ଜଣ,ଚିତ୍ରକେଣ୍ଡା ବ୍ଲକ ଅଚଂଳରୁ ୨ ଜଣ,ପଡିଆ ବ୍ଲକରୁ ୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟ ୬୯ ଜଣ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୮୩ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭୪୪ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୪୩୧ଜଣ କରୋନା ପଜିଟିଭ ଚିହ୍ନଟ ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉ ଥିବାବେଳେ ୮ ଜଣଙ୍କର ମୃତ୍ୟୁ ଘଟିଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ମାଲକାନଗିରି ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୬୯ ଜଣ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଜୋରଦାର ଚାଲିଛି । ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଚଂଳ ସହ ଅନ୍ୟାନ ସ୍ଥାନରେ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନଓ୍ୟାର୍ଡି କର୍ମୀ ମାନେ ଘରଘର ବୁଲି କୋଭିଡ ଟେଷ୍ଟ ଓ ଲକ୍ଷଣର ବିବରଣୀ ସଂଗ୍ରହ କରୁଛନ୍ତି