Odiapua.com

ଆଜି କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ପାଲା ଗାୟକ ସମ୍ମିଳନୀ

କେନ୍ଦ୍ରାପଡା, ୮/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନଦାସ)- ଜିଲ୍ଲା ସ୍ତରୀୟ ପାଲା ଗାୟକ, ଗାୟୀକା ସମ୍ମିଳନୀ ଆଜି ସହର ଉପକଣ୍ଠ ଶ୍ୟାମସୁନ୍ଦରପୁର ଗଡା ନିକଟସ୍ଥ ଚଣ୍ଡିଆ ପ୍ୟାଲେସ ପରିସରରେ ଅନୁଷ୍ଠିତ ହେବ। ଶ୍ରୀ ନିଳାଚଳ ନିଖଳୋôଳଳ ପାଲା ଗାୟକ ପରିଷଦର ଶାଖା ତଥା କେନ୍ଦ୍ରାପଡା ଜିଲ୍ଲା ପାଲା ଗାୟକ ପରିଷଦର ୨୪ତମ ବାର୍ଷିକ ସମ୍ମିଳନୀ ଶନିବାର ଓ ରବିବାର ଦୁଇଦିନ ଧରି ଅନୁଷ୍ଠିତ ହେବ ବୋଲି ପରିଷଦର ସଭାପତି ଗାୟକ ପ୍ରକୃତିବନ୍ଧୁ ଗଗନବିହାରୀ ସିଂହ ସୂଚନା ଦେଇଛନ୍ତି। କୋଭିଡ-୧୯ ନିୟମକୁ ଅନୁପାଳନ ପୂର୍ବକ ଅନୁଷ୍ଠିତ ଏହି ସମ୍ମିଳନୀରେ ଜିଲ୍ଲାର ପାଲା ଗାୟକ, ଗାୟୀକା, ବାୟକ, ସଙ୍ଗୀତ ଗାୟକମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ଦିବସ ସନ୍ଧ୍ୟାରେ ୨ଟି ଗାୟକ ଦଳ ଓ ଦ୍ୱିତୀୟ ଦିବସ ସନ୍ଧ୍ୟାରେ ୨ଟି ଗାୟୀକା ଦଳ ପାଲା ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି।