ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଧାମନଗରରେ ଏକତା ପଦଯାତ୍ରାରେ ସାମିଲ ହେବେ। ଏହାସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଗସ୍ତକୁ ନେଇ ଧାମନଗର ଚଳଚଂଚଳ ହୋଇପଡ଼ିଛି। ଜାତୀୟ ରାଜପଥରୁ ଧାମନଗର ପ୍ରବେଶ ପଥରେ ବିରାଟ ସ୍ୱାଗତ ତୋରଣ କରାଯାଇଛି। ଏହାସହ ଧାମନଗର, ଦୋବଲ, ରାଧାବଲ୍ଲଭପୁର, ଦଳାଙ୍ଗ, ଦୋବଲ, ମୁସ୍ତଫାରୁର, ଖଡ଼ିପଦା, ସୋହଡ଼ା ଓ ଆନନ୍ଦପୁରକୁ ମିଶାଇ ୧୫ ରୁ ଅଧିକ ସ୍ୱାଗତ ଗେଟ ରାଯାଇଛି। ତା ସହ ବ୍ଯାନର ଓ ଫ୍ଲେକ୍ସରେ ପୂରି ଉଠିଛି ଧାମନଗରର କାନ୍ଥବାଡ଼। ନିର୍ବାଚନ ପରେ ଧାମନଗର କୁ ଧର୍ମେନ୍ଦ୍ର ଆସୁଥିବାରୁ କର୍ମୀମାନେ ଉତ୍ସାହିତ ହୋଇ ପଡ଼ିଛନ୍ତି। ନିଜ ନିଜ ଅଂଚଳରୁ ସଭାସ୍ଥଳକୁ ଲୋକଙ୍କୁ ଆଣିବା ଲାଗି ସମସ୍ତେ ଲାଗି ପଡ଼ିଛନ୍ତି। ଦୂର ପଂଚାୟତ ରୁ ଆସିବାକୁ ଥିବା ଲୋକଙ୍କ ପାଇଁ ଦଳ ପକ୍ଷରୁ ବସ ବ୍ଯବସ୍ଥା କରାଯାଇଛି। ଏକତା ପଦଯାତ୍ରା ପରେ ସଧାରଣ ସଭାକୁ ଉଦବୋଧନ ଦେବେ ଧର୍ମେନ୍ଦ୍ର। ସଭାରେ ପ୍ରାୟ ୨୦ ହଜାର ଲୋକ ଯୋଗଦେବେ ବୋଲି ଆକଳନ କରାଯାଉଛି। ଏଣୁ ସେମାନଙ୍କ ପାଇଁ ଆବଶ୍ୟକ ପରିମାଣର ଅସ୍ଥାୟୀ ଶୌଚାଳୟ ମଧ୍ଯ କରାଯାଇଛି। ଏହାସହ ଲୋକଙ୍କ ମଧ୍ୟାହ୍ନ ଭୋଜନ ପାଇଁ ବ୍ୟବସ୍ଥା ହୋଇଛି। ବିହାର ନିର୍ବାଚନରେ ଧର୍ମେନ୍ଦ୍ରଙ୍କ ରଣନୀତି ଓ ପରିଚାଳନା ଯୋଗୁଁ ବିଜେପି ଅଭୂତପୂର୍ବ ସଫଳତା ପାଇଛି। ଏହାକୁ ନେଇ ଧର୍ମେନ୍ଦ୍ରଙ୍କ ଲୋକପ୍ରିୟତା ବଢ଼ିଥିବାରୁ ଧାମନଗର ଗସ୍ତକୁ ନେଇ ଦଳୀୟ କର୍ମୀଙ୍କ ଉତ୍କଣ୍ଠା ବଢ଼ିଯାଇଛି। ଧର୍ମେନ୍ଦ୍ରଙ୍କ ସହ ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ମଧ୍ୟ ପଦଯାତ୍ରାରେ ସାମିଲ ହେଉଛନ୍ତି। ଦିନିକିଆ ଗସ୍ତରେ ଆସୁଥିବା ଧର୍ମେନ୍ଦ୍ର ଏକତା ପଦଯାତ୍ରାରେ ଯୋଗଦେବା ସହ ୧୦୦ କୋଟିରୁ ଅଧିକ ଟଙ୍କାର ଭିତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ପାଣ୍ଠିରୁ ୧୫ କୋଟି ଟଙ୍କାରେ ହେବାକୁ ଥିବା ଧାମନଗର ମହାବିଦ୍ୟାଳୟ ବିକାଶ ପ୍ରକଳ୍ପ, ପର୍ଯ୍ୟଟନ ବିଭାଗ ପକ୍ଷରୁ ୨.୪୬ କୋଟିରେ ଗୋହିରା ଟିକିରି ନିକଟ ସେନାପତିଆ ପୋଖରୀର ପାରିପାର୍ଶ୍ୱିକ ଉନ୍ନତିକରଣ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ଲୁଣିଆ ସହିଦ ସ୍ମାରକୀ ପୀଠର ଉନ୍ନତିକରଣ ଓ ଗୋହିରାଟିକିରି ଠାରେ ୫ କୋଟି ଟଙ୍କା ବ୍ୟୟରେ ଗୋହିରାଟିକିରି ଗବେଷଣା କେନ୍ଦ୍ର ଓ ଆର୍ଟ ଗ୍ୟାଲେରୀ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ଶନିବାରସକାଳେ ଭଦ୍ରକରୁ ଆସି ଐତିହାସିକ ପୀଠ ତଥା ପର୍ଯ୍ୟଟନସ୍ଥଳୀ ଗୋହିରାଟିକିରିରେ ପହଂଚିବେ। ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ନିକଟସ୍ଥ ମଠ ପରିଦର୍ଶନ କରିବେ।
ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକତା ପଦଯାତ୍ରା; ଧାମନଗର ଚଳଚଂଚଳ
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????