Odiapua.com

ଆଜି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

କଳାହାଣ୍ଡି ୧୩-୧୦ (ଓଡ଼ିଆ ପୁଅ) ଆଜି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଏ ନେଇ ଭବାନୀପାଟଣା ସହରରେ ପ୍ରଶାସନ ପକ୍ଷରୁ ଗତକାଲି ରାତି ୮ରୁ ଆଜି ଅପରାହ୍ଣ ୪ଟା ଯାଏ ୨୦ ଘଣ୍ଟିଆ ୧୪୪ ଧାରା ଜାରି କରାଯାଇଛି। ବାହାର ଲୋକଙ୍କ ପାଇଁ ଭବାନୀପାଟଣାକୁ ପ୍ରବେଶ ନିଷେଧ। କୋଭିଡ ପାଇଁ ଏ ବର୍ଷ ବିନା ଭକ୍ତରେ ହେଉଛି ଛତର ଯାତ୍ରା।

୧୪୪ ଧାରା ପରିସର ବାହାରେ ମାଆଙ୍କ ପାଇଁ ହଜାର ହଜାର ସଂଖ୍ୟାରେ ପଶୁ ପକ୍ଷୀ ଅର୍ପଣ କରିଛନ୍ତି। ସକାଳ ୯ଟାରେ ମାଆଙ୍କ ଛତର ଜେନାଖାଲରୁ ବାହାରି ମନ୍ଦିର ପରିସରରେ ପହଞ୍ଚିବ

ସୁରକ୍ଷା ପାଇଁ ପ୍ରାୟ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏହି ଦିନ ମାନସିକଧାରୀମାନେ ହଜାର ହଜାର ସଂଖ୍ୟାରେ ବଳି ପକାଇଥାନ୍ତି।