Odiapua.com

ଆଜି ଓଡ଼ିଶା ରାଜ୍ୟ କ୍ୟାବିନେଟ ବୈଠକ : ୧୦ ରୁ ଅଧିକ ପ୍ରସ୍ତାବକୁ ମିଲିପାରେ କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର ୧୧-୧୦ (ଓଡ଼ିଆ ପୁଅ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସକାଳ ୧୧.୩୦ ରେ ରାଜ୍ୟ କ୍ୟାବିନେଟର ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ପଞ୍ଚାୟତ ରାଜ, ଅର୍ଥ, ରାଜସ୍ୱ ବିଭାଗର ୧୦ ରୁ ଅଧିକ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିବାର ସମ୍ଭାବନା ରହିଛି। ବିଭିନ୍ନ ବିଭାଗର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଲିପାରେ। ଏଥିମଧ୍ୟରେ ମେଗା ପାଇପ୍-ଜଳ ଯୋଜନା ଅନ୍ତର୍ଭୁକ୍ତ। ଭୁବନେଶ୍ୱର ତଥା ବାହାରେ ଥିବା ମନ୍ତ୍ରୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କ୍ୟାବିନେଟ ବୈଠକରେ ଯୋଗଦେବେ।