Odiapua.com

ଆଜି ଆନ୍ତର୍ଜାତୀୟ ବିଶ୍ୱ ମହିଳା ଦିବସ, ନିଜେ ସ୍ୱାବଲମ୍ବୀ ହୋଇ ସମାଜ ପାଇଁ ପରିଚୟ ସୃଷ୍ଟି କରିଛନ୍ତି ବିମଳା ନାଥ

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇଆସୁଛି । ମହିଳାଙ୍କ ସାମାଜିକ, ଆର୍ôଥକ, ସାଂସ୍କୃତିକ, ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ଓ ପାରଦର୍ଶିତାକୁ ପାଳନ କରିବା ଏହି ଦିନର ଉଦ୍ଦେଶ୍ୟ । ଏହାସହ ମହିଳାଙ୍କ ପାଇଁ ଅଧିକାର ଓ ସୁଯୋଗର ସମାନତା ନେଇ ଅଧିକରୁ ଅଧିକ ସଚେତନତା ସୃଷ୍ଟି ପାଇଁ ମଧ୍ୟ ଏହି ଦିନ ପାଳନ ହୋଇଥାଏ। ମହିଳାମାନେ ଆଜିର ଯୁଗରେ ସବୁ କ୍ଷେତ୍ରରେ ଆଗକୁ ବଢ଼ିଲେଣି । ଆଜିର ନାରୀ ନିଜେ ସ୍ୱାବଲମ୍ବୀ ହୋଇ ସମାଜରେ ନିଜର ଅନନ୍ୟ ପରିଚୟ ସୃଷ୍ଟି କରୁଛନ୍ତି। ଏହି ମହିଳା ଦିବସ ଅବସର ସେହିପରି ଏକ ନାରୀ ଯିଏ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି, ସେ ହେଲେ ଗୋବିନ୍ଦପୁର ଗ୍ରାମର ବିଜୟାନନ୍ଦ ନାଥ ଙ୍କ ପତ୍ନୀ ବିମଳା ନାଥ (୫୦)। ତାଙ୍କ ସହ ଆମ ପ୍ରତିନିଧି ଯୋଗାଯୋଗ କରିବାରୁ ସେ ତାଙ୍କ ସଂଘର୍ଷ ରୁ ସଫଳତା କାହାଣୀ ବିଷୟରେ ଆଲୋକପାତ କରିଥିଲେ। ତାଙ୍କ କହିବା ଅନୁସାରେ “ଆଗରୁ ମୋ ସ୍ୱାମୀ ଜଣେ ଦିନ ମଜୁରୀଆ ଥିଲେ। ଦିନ କୁ ଦୁଇ ଗଣ୍ଡା ଖାଇବା ପରିବାର କୁ ଯୋଗାଇ ପାରୁନଥିଲେ । ମୁଁ ସିଲେଇ ସିଖିଥିଲି ଗୋବିନ୍ଦ ପୁର ଗ୍ରାମ ର ଲୋକମାନଙ୍କ ର ପୋଷାକ, ଶାଢ଼ୀ, ଇତ୍ୟାଦି ସିଲେଇ କରୁଥିଲି। ସେ ସମୟରେ ଏତେ ପଇସା ସିଲେଇରୁ ହେଉନଥିଲା । ମୋର ବଡ ପୁଅ ଜନ୍ମ ହେଲା ସ୍ୱାମୀ କିଛି ମାସରେ ଅଂଟା ବ୍ୟଥା ରୋଗର ଶିକାର ହେଲେ । ଡକ୍ଟର ତାଙ୍କୁ କୌଣସି କାମ କରିବାକୁ ମନା କଲେ। ପୁରା ପରିବାରର ବୋଝ ମୋ ଉପରକୁ ଚାଲି ଆସିଲା। ମୁଁ ମୋର କାନଫୁଲ ବିକ୍ରି କରି ଗୋଟିଏ ଦେଶୀ ଗାଈ କିଣିଲି। ସେହି ଗୋଟିଏ ଗାଇ ରୁ ୧୦ ଟି ଗାଈ ହେଲେ। ୨୦୧୨ ରେ ବ୍ଲକ ଭେଟେରିନାରି ଅଫିସରଙ୍କ ପରାମର୍ଶରେ ମୁଁ ଆର୍ଟିଫିସିଆଲ ଇନସେମିନେସନ୍ ଦ୍ୱାରା ଉକ୍ତ ଦେଶୀ ଗାଈ ରୁ ଉନ୍ନତ ମାନର ବାଛୁରୀ ପାଇଲି । ଉକ୍ତ ପ୍ରଜାତି ଗୁଡ଼ିକ ହେଲେ – ଗିର ସାହିୱାଲ, ହରିୟାଣା , ହୋଲଷ୍ଟିନ, ଜର୍ସି ଯେଉଁମାନେ ଗାଈ ହୋଇ ଦେଶୀ ଗାଈ ଠାରୁ ୧୫ ଗୁଣ ଅଧିକ କ୍ଷୀର ଦେଉଥିଲେ। ଅଧିକ ଗୋବର ହେଉଥିବା ରୁ ଡି ଆର ଡି ଏ ଭଦ୍ରକ ମୋତେ ୨୦୧୭ ମସିହାରେ ଗୋବର ଗ୍ୟାସ ପ୍ଲାଂଟ ନିର୍ମାଣ ପାଇଁ ସରକାରୀ ସହାୟତା ପ୍ରଦାନ କରିଥିଲେ। ମୁଁ କୃଷି ବିଜ୍ଞାନ କେନ୍ଦ୍ର ରାଣୀତାଲ ତଥା ସେଂଟର୍ ଅଫ ଏକ୍ସସିଲେନ୍ସ ହର୍ଟିକଲଚର ଡେରାସ ଭୁବନେଶ୍ୱର ରୁ ତାଲିମ ପ୍ରାପ୍ତ କରି ଜୈବିକ ସାର(ଜିଆ ଖାତ,ଜୀବାମୃତ,ବିଜମୃତ,ଘନଜିବାମୃତ,ବିଜାମୃତ,ଘନଜିବମୃତ, ଜୈବିକ କୀଟ ନାଶକ ଔଷଧ (ନିମସ୍ତ୍ର,ଅଗ୍ନେୟାସ୍ତ୍ର) ର ପ୍ରସ୍ତୁତି ଶିଖିଲି । ସେହି ସାର ଓ ଖତ କୁ ନିଜ ଜମି ରେ ଚାଷ ପାଇଁ ବ୍ୟବହାର କରି ବିଭିନ୍ନ ପନିପରିବା ଚାଷ କରୁଛି। ସେହି ସାର ଓ ଖତ କୁ ବିକ୍ରୟ ମଧ୍ୟ କରୁଛି। ତା ସହ ବାଡ଼ି ଅଗଣା ରେ ବିଭିନ୍ନ ପ୍ରଜାତି ର କୁକୁଡ଼ା ଯଥା ଦେଶୀ,ସୋନାଲି, କଡକନାଥ , ବନରାଜ ପରି ବିଭିନ୍ନ କୁକୁଡ଼ା ଅଳ୍ପ ପରିମାଣ ରେ ଚାଷ କରୁଥିଲି । ଯାହାର ଅଣ୍ଡା,ମାଂସ ଉଦ୍ଦେଶ୍ୟ ରେ କୁକୁଡ଼ା ତଥା କୁକୁଡ଼ା ଚିଆଁ ବିକ୍ରି କରି ପରିବାର ପୋଷଣ କରୁଥିଲି। ମୋର କୁକୁଡ଼ା ପାଳନ ର ଆଗ୍ରହ ଦେଖି ବ୍ଲକ ଭେଟେରିନାରୀ ଧାମନଗର ମତେ କରୋନା ମହାମାରୀ ଚାଲିଥିବା ସମୟରେ ୨୦୨୦ ମସିହାରେ ୫୦୦ ସହ ଯୁକ୍ତ କୁକୁଡ଼ା ଫାର୍ମ କରେଇ ଦେଇଥିଲେ। ତା ସହ ମୁ ସଭ୍ୟା ଥିବା ଡବ୍ଲ୍ୟୁଏସ୍‌ଏଚ୍‌ଜିକୁ ୨୦୦୦ ବିଶିଷ୍ଟ କୁକୁଡ଼ା ଫାର୍ମ ୨୦୨୪ ମସିହାରେ କରେଇ ଦେଇଥିଲେ। ବର୍ତମାନ ମୋ ପଖରେ ୧୫ ରୁ ଉର୍ଦ୍ଧ୍ୱର୍ ଗିର, ହରିୟାଣା , ହୋଲଷ୍ଟିନ, ଜର୍ସି ଇତ୍ୟାଦି ଗାଈ ଓ ବାଛୁରୀ ଅଛନ୍ତି। ଯାହାଙ୍କ କ୍ଷୀର,ଘିଅ,ଛେନା, ପନୀର,ଦହି କୁ ବଜାର ରେ ବିକ୍ରି କରୁଛି। ୩୦୦୦ ରୁ ଉର୍ଦ୍ଧ୍ୱ କୁକୁଡ଼ା ଓ କୁକୁଡ଼ା ଚିଆଁ ଅଛି। ଏଥିରୁ ଉତ୍ପାଦିତ କୁକୁଡ଼ା ଅଣ୍ଡା ଓ ମାଂସ ତଥା କୁକୁଡ଼ା ଚିଆଁ ବଜାରରେ ଭଲ ବିକ୍ରି ହେଉଛି । ଗୋବର ରୁ ଜୈବିକ ସାର(ଜିଆ ଖାତ, ଜୀବା ମୃତ, ବିଜ ମୃତ,ଘନଜିବାମୃତ,ବିଜାମୃତ,ଘନଜିବମୃତ, ଜୈବିକ କୀଟ ନାଶକ ଔଷଧ (ନିମସ୍ତ୍ର,ଅଗ୍ନେୟାସ୍ତ୍ର) ର ପ୍ରସ୍ତୁତି ଶିଖିଲି । ସେହି ସାର ଓ ଖତ କୁ ନିଜ ଜମି ରେ ଚାଷ ପାଇଁ ବ୍ୟବହାର କରୁଛି। ପ୍ରାୟ ୨ ଏକର ଜମିରେ ଧାନ ଫସଲ ସହ ବିଭିନ୍ନ ପରିବା ଚାଷ କରୁଛି । ସେହି ସାର ଓ ଖତ କୁ ବିକ୍ରୟ ମଧ୍ୟ କରୁଛି। ଏଇ ଗାଈ ପାଳନ,କୁକୁଡ଼ା ପାଳନ ତଥା ପରିବା ଚାଷ , ଜୈବିକ ସାର ବିକ୍ରୀ ମୁଁ ମୋ ନିଜ କୁ ସ୍ୱାବଲମ୍ବି କରି ପାରିଛି ତା ସହ ମୁଁ ମୋ ସ୍ୱମି ଙ୍କୁ ବି ସ୍ୱାବଲମ୍ବୀ କରିପାରିଛି। ମୋ ଏବେ ମୋ ସ୍ୱାମୀ ଙ୍କ ଉପରେ ନିର୍ଭରଶୀଳ ନୁହେଁ। ଏଇ ଗାଈ ପାଳନ,କୁକୁଡ଼ା ପାଳନ ତଥା ପରିବା ଚାଷ , ଜୈବିକ ସାର ବିକ୍ରୀ କରି ମୋ ପିଲା ମାନଙ୍କୁ ଉଚ୍ଚ ଶିକ୍ଷିତ କରି ପାରିଛି। ମୋ ବଡ଼ ପୁଅ ସୌରଭ କୁମାର ନାଥ ଙ୍କୁ ପଣ୍ଡିଚେରୀ ସେଂଟ୍ରାଲ ୟୁନିଭର୍ସିଟି ରେ ଏମ ଏସ ସି ବାୟୋକେମିଷ୍ଟ୍ରି ଆଣ୍ଡ ମୋଲେକ୍ୟୁଲାର ବାୟୋଲଜୀ ପଢେଇଛି। ସାନ ପୁଅ ଗୌରବ କୁମାର ନାଥ କୁ ଏମ ଏସ ସି ଜୁଲୋଜୀ ଏନ.ସି ଅଟୋନମସ କଲେଜ ରେ ପଢେଇ ପାରିଛି। ସେଥିପାଇଁ ୨୦୨୧ ମସିହାରେ ୭୦ ତମ ଗୋ ସମ୍ବର୍ଦ୍ଧନା ଦିବସ ରେ ଅନିମଲ୍ ରେସୋର୍ସ ଆଣ୍ଡ ଡେଭଲପମେଂଟ ତରଫ ରୁ ଭଦ୍ରକ ର ବେଷ୍ଟ ଫାର୍ମର ଆୱାର୍ଡ଼ ମିଳିଥିଲା। ୱାଲ୍ଡ ମିଲ୍‌କ ଡେ ୨୦୨୨ ରେ ଭେଟ୍ ହେଲଥ୍ ପ୍ଲସ୍ ଅର୍ଗାନାଇଜେସନ୍ ତରଫରୁ ବେଷ୍ଟ୍ ଡାଏରୀ ଫାର୍ମର ଆୱାର୍ଡ଼ ଆସିଷ୍ଟାଂଟ ଡାଇରେକ୍ଟର ଅଫ ହର୍ଟିକଲଚର ଡେରାସ ଭୁବନେଶ୍ୱର ଚିତରଞ୍ଜନ ସାହୁ ମୋ ଫାର୍ମ ର ମଡେଲ କୁ ବହୁତ୍ ପ୍ରଶଂସା କରିଥିଲେ। ୨୦୨୩ ରେ ମୋ କୃଷି କାର୍ଯ୍ୟ ,ଗୋପାଳନ, ତଥା କୁକୁଡ଼ା ପାଳନ ପ୍ରଣାଳୀ ରେ ଖୁସି ହୋଇ ସମ୍ବାଦ ର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକ ମତେ ଗୋଟିଏ ମୋବାଇଲ ଉପହାର ଦେଇଥିଲେ। ମାତ୍ର ଗୋପାଳନ କ୍ଷେତ୍ରରେ ମୁଁ ସରକାରଙ୍କ ଠାରୁ ଏଯାଏଁ କୌଣସି ସହାୟତା ପାଇ ପାରି ନାହିଁ । ଏଣୁ ମୁଁ ସରକାର ଙ୍କୁ ନିବେଦନ କରେ କି ମୋତେ ଗୋପାଳନ କ୍ଷେତ୍ର ରେ ସରକାରୀ ସାହାଯ୍ୟ ମିଳିଲେ ମୁଁ ଆହୁରି ଆଗକୁ ଯିବି ତଥା ଗୋପାଳନ ତଥା କୁକୁଡ଼ା ପାଳନ ପାଇଁ ଆଗ୍ରହି ନାରି ମାନଙ୍କୁ ଉତ୍ସାହିତ ତଥା ସାହାଯ୍ୟ କରିପାରିବି।